Categories: ରାଜ୍ୟ

ଦକ୍ଷିଣ ଭାରତର ଟପ୍ କପରେ ଦୁଇ ଓଡ଼ିଶା ଆଇପିଏସ୍, ତାମିଲନାଡୁ ପୋଲିସ ଡିଜି ଏବଂ କେରଳ ଡିଜିପି ଲୋକନାଥ ବେହେରା

ଦେଶର ପୋଲିସ ମୁଖିଆ ପଦବୀରେ ଓଡ଼ିଆ ଆଇପିଏସ୍। ତାମିଲନାଡୁର ପୋଲିସ ଡିଜି ହୋଇଛନ୍ତି ୧୯୮୫ ବ୍ୟାଚ୍ ଆଇପିଏସ୍ ଜଲଦ କୁମାର ତ୍ରିପାଠୀ। ସେହିପରି କେରଳର ପୋଲିସ ଡିଜି ଅଛନ୍ତି ଲୋକନାଥ ବେହେରା। ଦକ୍ଷିଣ ଭାରତର ଏହି ଦୁଇଟି ରାଜ୍ୟରେ ପୋଲିସ ମୁଖିଆ ଓଡ଼ିଆ ଆଇପିଏସ୍। ସେହିପରି ଦିଲ୍ଲୀ ପୋଲିସ କମିଶନର ଦାୟିତ୍ୱ ତୁଲାଉଛନ୍ତି ୧୯୮୫ ବ୍ୟାଚ୍ର ଆଉ ଜଣେ ଆଇପିଏସ୍ ଅମୂଲ୍ୟ ପଟ୍ଟନାୟକ।

ଜଳଦ କୁମାର ତ୍ରିପାଠୀ, ଲୋକନାଥ ବେହେରା, ଅମୂଲ୍ୟ ପଟ୍ଟନାୟକ, ସ୍ୱୟଂ ପ୍ରକାଶ ପାଣି। ୪ ଓଡ଼ିଆ ଆଇପିଏସ୍। ଦେଶର ଚାରିଟି ପ୍ରମୁଖ ରାଜ୍ୟରେ ପୋଲିସ ବାହିନୀର ଟପ୍ କପ୍। ଏମାନଙ୍କୁ ଭିତରୁ ଜଳଦ କୁମାର ତ୍ରିପାଠୀ ଓ ଲୋକନାଥ ବେହେରା ଦକ୍ଷିଣ ଭାରତର ଦୁଇଟି ରାଜ୍ୟର ପୋଲିସ ମୁଖିଆ। ଜଳଦ କୁମାର ତ୍ରିପାଠୀଙ୍କୁ ତାମିଲନାଡୁର ପୋଲିସ ଡିଜି ହୋଇଛନ୍ତି। ଜୁଲାଇ ୧ ତାରିଖରେ ସେ କାର୍ଯ୍ୟଭାର ସମ୍ଭାଳିବେ। ୧୯୮୫ ବ୍ୟାଚ୍ ଓଡ଼ିଆ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ବର୍ତ୍ତମାନ ତାମିଲନାଡୁ ଦୀର୍ଘ ତିନି ଦସନ୍ଧି ଧରି ତାମିଲନାଡୁ ପୋଲିସ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ସମ୍ଭାଳି ଆସିଛନ୍ତି। ତିରୁଚି ପୋଲିସ କମିଶନର ଭାବରେ ଦାୟିତ୍ୱ ତୁଲାଇଥିଲେ। ଅପରାଧ ନିୟନ୍ତ୍ରଣ ସହ ପୋଲିସ ଓ ପବ୍ଲିକ ଭିତରେ ଦୂରତା କମାଇବାକୁ ଜଲଦ ତ୍ରିପାଠୀ ବହୁ ଯୋଜନା ହାତକୁ ନେଇଥିଲେ। ବିଟ୍ ଅଫିସର୍ସ ସିଷ୍ଟମ୍, ସ୍ଲମ୍ ଆଡପସନ୍ ପ୍ରୋଗ୍ରାମ୍ ଓ କମ୍ପ୍ଲେନ୍ ବକ୍ସ ସିଷ୍ଟମ୍ର ଶୁଭାରମ୍ଭ କରିଥିଲେ ଜଲଦ। ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ୨୦୦୫ରେ ପ୍ରଥମ ଆଇପିଏସ୍ ଭାବରେ ‘Prime Minister’s Award for Excellence in Public Administration’ ସମ୍ମାନରେ ସମ୍ମାନିତ ହୋଇଥିଲେ। ବର୍ତ୍ତମାନ ସେ ତାମିଲନାଡୁ Uniformed Service Recruitment Boardର ମହାନିର୍ଦ୍ଦେଶକ ଅଛନ୍ତି।

ସେହିପରି କେରଳ ପୋଲିସ ଡିଜି ଅଛନ୍ତି ଓଡ଼ିଆ ଆଇପିଏସ୍ ଲୋକନାଥ ବେହେରା। ୧୯୮୫ ବ୍ୟାଚ୍ ଆଇପିଏସ୍। ଘର ପୁରୀ ଜିଲ୍ଲାରେ। ଜଳଦ କୁମାର ତ୍ରିପାଠୀଙ୍କ ବ୍ୟାଚ୍ ମେଟ୍ ଲୋକନାଥ। ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଉପୁଜିଥିବା ଆଇନଶୃଙ୍ଖଳାକୁ ପରିସ୍ଥିତିକୁ ଆୟତ୍ତ କରିଥିଲେ ଲୋକନାଥ। ପୋଲିସ ମୁଖିଆ ପଦ ଗ୍ରହଣ କରିବା ପୂର୍ବରୁ ସେ କେରଳ ଭିଜିଲାନ୍ସ ଓ ଆଣ୍ଟି କରପସନ୍ ବ୍ୟୁରୋ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ।

ଆଉ ଜଣେ ଓଡ଼ିଆ ଆଇପିଏସ୍ ଅମୂଲ୍ୟ ପଟ୍ଟନାୟକ। ଏବେ ଦିଲ୍ଲୀ ପୋଲିସ କମିଶନର ଅଛନ୍ତି। ହାର୍ଡ ଟାକ୍ସ ମାଷ୍ଟର ଅମୂଲ୍ୟ ମଧ୍ୟ ୧୯୮୫ ବ୍ୟାଚ୍ AGMUT କ୍ୟାଡର ଓଡ଼ିଆ ଆଇପିଏସ୍। ୨୦୨୦ ପର୍ଯ୍ୟନ୍ତ ସେ ଦିଲ୍ଲୀ ପୋଲିସ କମିଶନର ପଦରେ ରହିବେ। ତାପୂର୍ବରୁ ସେ ଦିଲ୍ଲୀ ପୋଲିସର ଭିଜିଲାନ୍ସ ଓ ପ୍ରଶାସନ ବିଭାଗର ସ୍ୱତନ୍ତ୍ର କମିଶନର ଥିଲେ। ନିର୍ବିବାଦୀୟ, ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ପୋଲିସ ଅଧିକାରୀ ଅମୂଲ୍ୟ ପଟ୍ଟନାୟକ। ବମ୍ବେ ବିସ୍ଫୋରଣର ଅଭିଯୁକ୍ତଙ୍କୁ ଧରିବା ଓ ବହୁଚର୍ଚ୍ଚିତ ସରିତା ବିହାର ଅପହରଣ ମାମଲାରେ ଗ୍ୟାଙ୍ଗଷଟରଙ୍କ କବଳରୁ ୧୨ ଘଣ୍ଟା ଭିତରେ ଅପହର୍ତ୍ତାଙ୍କୁ ମୁକୁଳାଇବା ଆଦି ମାମଲାର ତଦନ୍ତ କରି ଚର୍ଚ୍ଚାକୁ ଆସିଥିଲେ ଅମୂଲ୍ୟ ପଟ୍ଟନାୟକ।

କାଶ୍ମୀର ରେଞ୍ଜ ଆଇଜି ସ୍ୱୟଂ ପ୍ରକାଶ ପାଣି। ୨୦୦୦ ବ୍ୟାଚ୍ ଯୁବ ଓଡ଼ିଆ ଆଇପିଏସ୍। ଘାଟିରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପାରଙ୍ଗମ। ପୂର୍ବରୁ ସେ କାଶ୍ମୀର ସାଉଥ୍ ରେଞ୍ଜ ଡିଆଇଜି, କୁଲଗାମ୍ ଓ କାଠୁଆର ଏସଏସ୍ପି ଭାବରେ ବି କାର୍ଯ୍ୟ କରିଛନ୍ତି। ଏହାସହ ଗୁଇନ୍ଦା ଓ ଏନ୍ଆଇଏରେ ବି କାମ କରିଛନ୍ତି ସ୍ୱୟଂ ପ୍ରକାଶ ପାଣି। ଦେଶର ବିଭିନ୍ନ ରାଜ୍ୟର ପୋଲିସ ବିଭାଗର ଟପ୍ ପୋଜିସନରେ ଓଡ଼ିଆ ଆଇପିଏସ୍ ନିଯୁକ୍ତି ହୋଇଛନ୍ତି।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

31 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

36 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago