ସାଉଥ୍‌ କୋରିଆ ହାନ୍‌ସିଓ ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ କିଟ୍‌ ଓ କିସ୍‌ ଗସ୍ତ

ସାଉଥ୍‌ କୋରିଆ ହାନ୍‌ସିଓ ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରିଙ୍କ କିଟ୍‌ ଓ କିସ୍‌ ଗସ୍ତ । ୩୦ ଜଣ ଛାତ୍ରଛାତ୍ରୀ ୧୫ ଦିନିଆ କିଟ୍‌ ଓ କିସ୍‌ ଗସ୍ତରେ ଆସିଛନ୍ତି। ଭାବ ଓ ସାସ୍କ୍ରୁତିକ ବିନିମୟ କାଯ୍ୟର୍କ୍ରମ ମାଧ୍ୟମରେ ପ୍ରତି ୬ ମାସରେ ଥରେ ବର୍ଷକୁ ୨ ଥର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ କିଟ୍‌ ଓ କିସ୍‌ ପରିଦର୍ସନରେ ଅସିଥାନ୍ତି । ଏହି ୧୫ ଦିନିଆ ଗସ୍ତ ସମୟରେ ସେମାନେ କିଟ୍‌ ଓ କିସ୍‌ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ସାମାଜିକ ଓ ସାସ୍କ୍ରୁତିକ କାଯ୍ୟର୍କ୍ରମରେ ସମିଲ ହେବାସହ ଭାବ ଆଦାନ ପ୍ରଦାନ କରିବେ । ସେମାନେ କିଟ୍‌ ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ ଓ କିସ୍‌ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ବିଭାଗ ଓ କ୍ୟାମ୍ପସ ବୁଲି ଦେଖିବା ସହ ଏଠାର ଶିକ୍ଷାଦାନ ପ୍ରଣାଳୀ ଓ ଅନ୍ୟାନ୍ୟ କାଯ୍ୟର୍କ୍ରମ ସମ୍ପର୍କରେ ଅବଗତ ହେବେ । ଏହା ବ୍ୟତୀତ କିଟ୍‌ ବିଶ୍ୱବିଦ୍ୟାଳୟ ସହଯୋଗରେ ଏବଂ କିଟ୍‌ , କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିକଶିତ କଲରାବାଙ୍କ ସ୍ମାଟ୍‌ ଭିଲେଜ୍‌ ସହ ପୁରି,କୋଣାର୍କ ଆଦି ବିଭିନ୍ନ ପଯ୍ୟର୍ଟନସ୍ଥଳି ପରିଦର୍ଶନ କରି ଓଡିଶାର କଳା, ସସ୍କ୍ରୁତି ଓ ଐତିହ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.