ତାତିରୁ ମିଳିବ ମୁକ୍ତି : ଆଉ ୩ ଦିନରେ କେରଳ ଛୁଇଁବ ମୌସୁମୀ

ଆଉ ୩ ଦିନ ଭିତରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ରହିଛି । ମୌସୁମୀ ଖୁବଶୀଘ୍ର କେରଳ ଛୁଇଁବା ନେଇ ପୂର୍ବାନୁମାନ କରୁଛନ୍ତି ପାଣିପାଗ ବିଶେଷଜ୍ଞ । ଧୀରେ ଧୀରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତ ଉପଦ୍ୱୀପ ଆଡକୁ ଅଗ୍ରସର ହେଉଛି ।

ଭୁବନେଶ୍ୱର (କେନ୍ୟୁଜ) : ଆଉ ୩ ଦିନ ଭିତରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ରହିଛି । ମୌସୁମୀ ଖୁବଶୀଘ୍ର କେରଳ ଛୁଇଁବା ନେଇ ପୂର୍ବାନୁମାନ କରୁଛନ୍ତି ପାଣିପାଗ ବିଶେଷଜ୍ଞ । ଧୀରେ ଧୀରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତ ଉପଦ୍ୱୀପ ଆଡକୁ ଅଗ୍ରସର ହେଉଛି । ଗତକାଲି ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗରର କିଛି ଅଞ୍ଚଳ, ମାଲଦ୍ୱୀପ-କୋମାରିନ୍‌ର କିଛି ଅଂଶ, ଦକ୍ଷିଣ ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନେକ ଅଞ୍ଚଳକୁ ଅଗ୍ରସର ହୋଇଛି ।

ଅନ୍ୟପଟେ ରାଜ୍ୟରେ ଏବେ ଖରା ତାତି ସାଙ୍ଗକୁ ଜାରି ରହିଛି କାଳବୈଶାଖୀ ପ୍ରଭାବ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୪ ଦିନ ଯାଏ କାଳବୈଶାଖୀ ପ୍ରଭାବ ଜାରି ରହିବ । ବିଶେଷ କରି ଉପକୂଳବର୍ତ୍ତୀ ଓ କିଛି ଆଭ୍ୟନ୍ତରୀଣ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି । ଆଜି ପାଇଁ କେନ୍ଦ୍ରାପଡ଼ା, ଜଗତସଂହପୁର, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ କାଳବୈଶାଧୀ ପାଁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଗତକାଲି ରାଜ୍ୟରେ ୧୭ ସହରରେ ପାରଦ ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଥିଲା । ଜଳୁଛି ପଶ୍ଚିମ ଓଡ଼ିଶା । ଗତକାଲି ୪୩.୪ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ସମ୍ବଲପୁର । ରାଜ୍ୟରେ ବର୍ତ୍ତମାନ ପ୍ରବଳ ତାତି ଯୋଗୁ ଭୂପୃଷ୍ଠ ଗରମ ରହୁଛି । ଏହି ସମୟରେ ରାଜ୍ୟକୁ ସାମୁଦ୍ରିକ ଜଳୀୟ ବାଷ୍ପପୂରର୍ଣ୍ଣ ବାୟୁ ପ୍ରବେଶ ଯୋଗୁ କାଳବୈଶାଖୀ ଜନିତ ପରିସ୍ଥିତି ସୃଷ୍ଟି ହେଉଛି ।

Leave A Reply

Your email address will not be published.