ଗୃହରେ ବିବୃତି ରଖିଲେ ବାଚସ୍ପତି, ଗୃହକୁ ଫେରିଲେ ବିଜେଡି ସଦସ୍ୟ

ଭୁବନେଶ୍ୱର : ଗୃହରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ ।  ମଙ୍ଗଳବାର ଘଟିଥିବା ଘଟଣାକୁ ସମ୍ପର୍କରେ ଗୃହରେ ବାଚସ୍ପତି ବିବୃତି ରଖିଛନ୍ତି । ବାଚସ୍ପତିଙ୍କ ବିବୃତି ପରେ ଗୃହକୁ ଫେରିଲେ ବିଜେଡି ସଦସ୍ୟ । ବାଚସ୍ପତିଙ୍କ ବିବୃତି ଦାବି କରି କକ୍ଷ ତ୍ୟାଗ କରିଥିଲେ ବିଜେଡି ସଦସ୍ୟ ।  ୭ ତାରିଖ ଗୃହ କାର୍ଯ୍ୟର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ ।

ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ ।  ପୋଷ୍ଟର, ବ୍ୟାନର ଧରି ପ୍ରତିବାଦ କରୁଥିଲେ।  ମାର୍ଚ୍ଚ ୨୦ ରୁ କଳା ବ୍ୟାଜ, କଳା ପୋଷାକ ପରିଧାନ କରି ହୁଇସିଲ, ତୂରୀ , ଘଣ୍ଟ, ବଂଶୀ ବଜାଇ ଗୃହ କାର୍ଯ୍ୟରେ ବାଧା ପହଞ୍ଚାଇଥିଲେ ।

ମୋଟ ୧୨ ଟି କାର୍ଯ୍ୟ ଦିବସରୁ ୨ ଟି କାର୍ଯ୍ୟ ଦିବସରେ ପ୍ରଶ୍ନୋତ୍ତର କାର୍ଯକ୍ରମ ଚାଲିଥିଲା ।  ବିଶୃଙ୍ଖଳିତ ଆଚରଣ ଜାରି ରଖିବାରୁ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ଗତକାଲି ନିଲମ୍ବନ କରାଯାଇଥିଲା ।  ଏହା ପରେ ବି ସେମାନେ ଗୃହ ପରିତ୍ୟାଗ କରିନଥିଲେ ।  ଗୃହ ପରିତ୍ୟାଗ ନକରି ଅହୋରାତ୍ର ଧାରଣାରେ ରହିବେ ବୋଲି ଜଣାଇବ ପରେ ସୁରକ୍ଷା ସହିତ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ବିଧାନସଭା ସଚିବାଳୟକୁ ନିର୍ଦ୍ଦେଶ ଦେଇଥିଲି।

କିନ୍ତୁ ରାତ୍ର ୯ ଘଟିକା ସମୟରେ କଂଗ୍ରେସ ସଦସ୍ୟ ଓ ତାଙ୍କ ସହିତ ଆସିଥିବା କିଛି ରାଜନୈତିକ କର୍ମୀ ମାର୍ଶଲ ଓ ସୁରକ୍ଷା କର୍ମୀଙ୍କୁ ବିଧାନସଭା ବାରଣ୍ଡାକୁ ଆସି ଆକ୍ରମଣ କରିଥିଲେ ।  ଯେଉଁଥିରେ ସେମାନେ ଆହତ ହୋଇଥିଲେ ଏବଂ ଚିକିତ୍ସିତ ହେଉଛନ୍ତି ।  ପୁନର୍ବାର ରାତ୍ରି ୨ ଟାରେ କିଛି କଂଗ୍ରେସ ବିଧାୟକଙ୍କୁ ମାର୍ଶଲ ଗେଟ୍ ବାହାରକୁ ନେଇ ଛାଡିଥିଲେ ଆଉ କିଛି ବିଧାୟକ ସସମ୍ମାନେଯାଇଥିଲେ ।

Also read: ପୁଣି କମ୍ପିଲା ବିଧାନସଭା, ୧୨ଟା ୯ ଯାଏ ଗୃହ ମୁଲତବୀ କଲେ ବାଚସ୍ପତି