ରଥଯାତ୍ରା ପାଇଁ ଲଞ୍ଚ କରାଯିବ ସ୍ବତନ୍ତ୍ର ଆପ୍ , ଭିଡ ଓ ଟ୍ରାଫିକ ସୁପରିଚାଳନା ପାଇଁ ବ୍ୟବହାର ହେବ AI କ୍ୟାମେରା

ପୁରୀ : ରଥଯାତ୍ରା ପାଇଁ ଲଞ୍ଚ କରାଯିବ ସ୍ବତନ୍ତ୍ର ଆପ୍ । ରଥଯାତ୍ରା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ସୂଚନା ପାଇଁ ଲଞ୍ଚ ହେବ ଆପ୍ । ଏହାସହ ଚଳିତ ବର୍ଷ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ବ୍ୟବହାର ହେବ AI କ୍ୟାମେରା । ରଥଯାତ୍ରା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଏପରି ସୂଚନା ଦିଆଯାଇଛି ।

ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ୍ ଚୁଡାନ୍ତ କରିବାକୁ ବୈଠକେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ସୁରକ୍ଷା ଓ ଆଇନଶୃଙ୍ଖଳା ନେଇ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା ।

ସେହିପରି ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଡ ପୋଷ୍ଟ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ଏବଂ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି । ରଥଯାତ୍ରା ସମୟରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଦର୍ଶନ ଓ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଉପରେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଥିବା ଏସପି କହିଛନ୍ତି ।

 

 

 

ଆହୁରି ପଢନ୍ତୁ :  ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ