ପ୍ରହସନ ପାଲଟିଛି ଭିତରକନିକାରେ କୁମ୍ଭୀର ଗଣନା, ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଇକୋ ରିଟ୍ରିଟ ଆଳରେ VIP ପାଇଁ ଖୋଲା

ରାଜନଗର : ପ୍ରହସନ ପାଲଟିଛି ଭିତରକନିକାରେ କୁମ୍ଭୀର ଗଣନା । ଭିତରକନିକା ବନ୍ଦ ଥିବା ସତ୍ତ୍ୱେ ପର୍ଯ୍ୟଟକ ବୁଲିଲେ ଇକୋ ରିଟ୍ରିଟ । କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ୯ ଦିନ ପର୍ଯ୍ୟନ୍ତ ବନ୍ଦ ରହିଛି ଭିତରକନିକା । ତେବେ କିଭଳି VIP ପର୍ଯ୍ୟଟକ ବୁଲୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ? ଏବେ ସଠିକ୍ କୁମ୍ଭୀର ଗଣନା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଗେଟ୍ ବନ୍ଦ ଥିବାବେଳେ ଇକୋ ରିଟ୍ରିଟ୍ ପର୍ଯ୍ୟଟକଙ୍କ ପାଇଁ କିହିଁକି ଓ କିପରି ପରିସ୍ଥିତିରେ ଭିତରକନିକା ଖୋଲା ଗଲା ତାକୁ ନେଇ ଉଠିଛି ପ୍ରଶ୍ନ ? କୁମ୍ଭୀର ଗଣନା ସମୟରେ ଯନ୍ତ୍ର ଚାଳିତ ବୋଟ ଚାଲିଲେ କୁମ୍ଭୀର ମାନେ ଭୟଭୀତ ହୋଇ ପାଣି ଭିତରକୁ ଚାଲି ଯାଆନ୍ତି । ଏଥିପାଇଁ ଭିତରକନିକା ନଦୀ ନାଳରେ ବୋଟ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯାଇଥାଏ । ବନବିଭାଗ ନିୟମକୁ ଉଲଂଘନ କରି କିପରି ଯନ୍ତ୍ର ଚାଳିତ ବୋଟ୍ ରେ ପର୍ଯ୍ୟଟକଙ୍କୁ ତୁଲାଉଛନ୍ତି ତାହା ପରିବେଶବିତ୍ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

ଅନ୍ୟପଟେ ଜାନୁଆରୀ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା ଚାଲିବ । କୁମ୍ଭୀର ଗଣନା ପାଇଁ ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍ । କୁମ୍ଭୀର ବିଶାରଦ ଡଃ ସୁଧାକର କରଙ୍କ ନେତୃତ୍ବରେ ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ଚାଲିଛି କୁମ୍ଭୀର ଗଣନା । କୁମ୍ଭୀର ବିଶାରଦ ଡଃ ସୁଧାକର ଆହୁରି ମଧ୍ୟ କହିଛନ୍ତି,” ଭିତରକନିକାକୁ ସଲଗ୍ନ ଥିବା ନଦୀ, ନାଳଗୁଡ଼ିକରେ ବଉଳା କୁମ୍ଭୀର ମାନଙ୍କର ଗଣନା କରାଯିବ । କୁମ୍ଭୀର ବିଶାରଦ ଡ଼ା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ କୁମ୍ଭୀର ଗଣନା କରିବେ । ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ । ଗତବର୍ଷ ଭିତରକନିକାରେ ୧୮୧୧ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରହିଛି ।

 

 

Also Read: ଅସ୍ତରଙ୍ଗ ବନାଞ୍ଚଳରେ ଚାଲିଛି ଡଲଫିନ ଗଣନା, ଗଠନ କରାଯାଇଛି ୪ଟି ଟିମ

You might also like