OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ଲକ୍ଷ୍ମୀ ବସର ନାଁ ବଦଳିପାରେ । ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ନିଆଯାଇଛି ନିଷ୍ପତ୍ତି । ରିଭ୍ୟୁ କରି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଏହି ବୈଠକରେ ବିଭିନ୍ନ ପ୍ରକାର ଆଲୋଚନା ହୋଇଛି । ପରିବେଶ ପାଇଁ ଏଣିକି ଚାଲିବ ଇଲେକ୍ଟ୍ରିବସ୍ । ପୁରୁଣା ବସ୍ ସେବା ସଠିକ ଭାବେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ । ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ଅଯୋଧ୍ୟା, ତିରୁପତି, ବୃନ୍ଦାବନ, ବାରାଣସୀ ଭଳି ଜାଗାକୁ ଚାଲିବ ବସ୍ । ରାଜ୍ୟରେ ଯେଉଁସବୁ ସ୍ଥାନ ଅପହଞ୍ଚ ରହିଛି ସେଠାରେ ମଧ୍ୟ ବସ୍ ସେବା ଯୋଗାଇଦେବା ନେଇ ମିଟିଂରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.