ନିଶା କାରବାର ବେଳେ ମାଡ଼ି ବସିଲା ପୋଲିସ, ଚା’ ଓ ପାନ ଦୋକାନରୁ ୨ ଗିରଫ

ଭୁବନେଶ୍ୱର : ନିଶା କାରବାର ରୋକିବାକୁ କମିଶନରେଟ ପୋଲିସର ବଡ଼ ଧରଣର ରେଡ । ଭୁବନେଶ୍ବରରେ ନିଶା କାରବାର ବେଳେ ମାଡ଼ି ବସିଲା ପୋଲିସ । ଜୟଦେବ ବିହାର ଛକରେ ଥିବା ପାନ ଦୋକାନରେ ରେଡ କରାଯାଇଛି ।  ଏଠାରେ ନିଶା କାରବାର ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮ ଜଣ ଅଟକ ଅଛନ୍ତି । ସନ୍ଧାନୀ କୁକୁର ସହ ସ୍ପେଶାଲ କ୍ରାଇମ ୟୁନିଟ ଚଢ଼ାଉ କରିଛି ।  ଏପରିକି କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଷ୍ଟଲ, ପାନ ଦୋକାନରେ ଚଢ଼ାଉ ହୋଇଛି । ଏବେ ଆପୋଲୋ ହସ୍ପିଟାଲ ସ୍ଥିତ ବିସେଶ୍ବର ବସ୍ତିରେ ରେଡ ଚାଲିଛି ।

 

ଆହୁରି ପଢନ୍ତୁ :  ବିଦେଶୀଙ୍କୁ ବେଆଇନ ସିମ୍ ବିକ୍ରି ଅଭିଯୋଗରେ ୨ ଗିରଫ, ୭୦ ସିମ୍ ସହ ୨୨ ଡଲାର ଜବତ