ରାଜ୍ୟ

ଏମିତି ପ୍ରେମ କାହାଣୀ ନା କେବେ ଦେଖିଥିବେ ନା କେବେ ଶୁଣିଥିବେ, ଆଜି ଭାଲେଣ୍ଟାଇନ ସ୍ପେଶାଲରେ ପଢ଼ନ୍ତୁ ଏହାକୁ

ଯାଜପୁର ଟାଉନ (କେନ୍ୟୁଜ) : ବୋଧହୁଏ ପ୍ରେମ ୟାକୁ ହିଁ କୁହନ୍ତି । ଆପଣ କେମିତିକା ପ୍ରେମ ଦେଖିଛନ୍ତି, କୋଉଭଳି ପ୍ରେମ ଦେଖିଛନ୍ତି । କାହିଁକିନା ପ୍ରେମର ରହିଛି ଅନେକ ନାଁ । କିଏ ପ୍ରେମରେ ତାର ସ୍ୱାର୍ଥ ଦେଖିଲାଣି ତ ଆଉ କିଏ ପ୍ରେମରେ ନେଉଛନ୍ତି ପ୍ରତିଶୋଧ । କିନ୍ତୁ ପ୍ରକୃତ ପ୍ରେମ ୟାକୁୁ ହିଁ କୁହନ୍ତି । ପ୍ରେମ ଦିବସରେ ଆଜି ଆମେ ଆପଣଙ୍କୁ ଏମିତି ଏକ ନିଚ୍ଛକ ପ୍ରେମ କାହାଣୀ ବିଷୟରେ କହିବୁ, ଯାହାକୁ ଦେଖିଲେ ଆପଣ ବି କହିବେ ହଁ ହଁ ଇଏ ହିଁ ପ୍ରକୃତ ପ୍ରେମ । ପ୍ରେମ ସପ୍ତାହର ଆଜି ଶେଷଦିନ l ପଂଗୁଣ ମାସରେ ପ୍ରତ୍ୟେକ ପ୍ରେମୀ ଯୁଗଳ ନିଜର ପ୍ରେମକୁ ଚିର ଓ ଶାସ୍ୱତ କରିବା ପାଇଁ ଅନେକ କିଛି ଯୋଜନା କରିଥାନ୍ତି । ବର୍ଷକର ଗୋଟିଏ ଦିନକୁ ଅର୍ଥାତ ଆଜି ପେଂବୃଆରି ୧୪ ତାରିଖକୁ ପ୍ରତ୍ୟେକ ପ୍ରେମୀ ଯୁଗଳ ଭାଲେଣ୍ଟାଇନ ଡେ ଭାବେ ପାଳନ କରିଥାନ୍ତି । ସେଥିପାଇଁ ତ ଆଜିର ଦିନକୁ ପ୍ରତ୍ୟେକ ପ୍ରେମିକ ଓ ପ୍ରେମିକା ସ୍ୱତନ୍ତ୍ର ଭାବେ ପାଳନ କରିଥାନ୍ତି ଏହି ଦିନକୁ । କିନ୍ତୁ ଆଜିର ଏ ଦିନରେ ଯାଜପୁରର ଏହି ନିଆରା ପ୍ରେମ କାହାଣରକୁ ଦେଖିଲେ ଦେଖିବା ଆପଣ ବି ସହଜରେ ବିଶ୍ୱାସ କରିବେ ନାହିଁ ।
ପ୍ରେମ ପବିତ୍ର,ପ୍ରେମ ଅମର,ପ୍ରେମ ଶାଶ୍ୱତ । ଏହା ଏମିତି ଏକ ଶବ୍ଦ ଯାହା ପ୍ରତ୍ୟେକଙ୍କ ମନରେ ସୃଷ୍ଟି କରେ ଶିହରଣ । ଏଇ ଯେମିତି ୭ ବର୍ଷ ତଳେ ଯାଜପୁର ଚିତାଳୋ ପଞ୍ଚାୟତ ଝାଡଙ୍ଗା ଗାଁର ଜଗନ୍ନାଥ ସେଠୀ ଏବଂ ପଡୋଶୀ ଗାଁର ପ୍ରତିକ୍ଷାଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରେମ । ଦୁଇ ହାତ ନଥିବାରୁ ତା ନାଁ ଜଗା । ହାତ ନଥାଇ ଯଦି ସେ ଜଗତର ନାଥ ଆଉ ସଭିଁଙ୍କୁ ନିଜ ପ୍ରେମ ଜାଲରେ ବାନ୍ଧି ରଖିପାରିଛି ସିନା କିନ୍ତୁ ଏ ଜଗାକୁ ଯେ ଆଉ କେହି ପ୍ରେମ କରିବ ଓ ସଂସାର କରିବ ଏ ବିଶ୍ୱାସ କାହାରି ପାଖରେ ନଥିଲା । ଘର ପାଖ ବିଲରେ ଛେଳି ମେଣ୍ଢା ଜଗିବା ସମୟରେ କଥାବାର୍ତା ଓ ମିଳାମିଶା ଭିତରେ ଉଭୟ ଉଭୟଙ୍କୁ ମନ ଦିଆନିଆ କରିଦେଲେ ସତ କିନ୍ତୁ ପ୍ରତିକ୍ଷାଙ୍କ ପରିବାର ଲୋକେ ଏହାର ବିରୋଧ କରିଥିଲେ । ଜାତିଗତ ଭିନ୍ନତା ଏମାନଙ୍କ ସଂପର୍କରେ ପାଚେରି ଭାବେ ଛିଡା ହେଲା ସତ କିନ୍ତୁ ଉଭୟଙ୍କ ପ୍ରେମ ଆଗରେ ଭାଂଗିଯାଇଥିଲା ସବୁ ପାଚେରୀ ।ସେହି ପାଚେରିକୁ ଭାଂଗି ଗତ ବର୍ଷେ ହେଲା ଉଭୟ ବିବାହ କରି ସୁଖର ସଂସାର କରୁଛନ୍ତି । ଏବେ ତାଙ୍କର ୩ ବର୍ଷର ପୁଅ ଟେ ଅଛି ।
ପ୍ରେମ ଯେ ମାନେନା ଜାତି,ଧର୍ମ,ବର୍ଣ୍ଣ । ତାହାର ବଡ ଉଦାହରଣ ହେଉଛନ୍ତି ଏହି ଜଗନ୍ନାଥ ଏବଂ ପ୍ରତିକ୍ଷା । ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ ଆସିଲେ ପ୍ରେମୀ ଯୁଗଳ ମାନେ ଏମାନଙ୍କ ଉଦାହରଣ ଦିଅନ୍ତି । ଉଭୟଙ୍କ ମଧ୍ୟରେ ରହିଥିବା ଭଲ ପାଇବା ଏବଂ ସ୍ନେହକୁ ଦେଖିଲେ ଯେ କେହି ଇର୍ଷା କରିବ । ସେପଟେ ପ୍ରତିକ୍ଷାଙ୍କୁ ବୋହୁ ରୁପେ ପାଇ ଜଗନ୍ନାଥଙ୍କ ବାପା ମା ବେଶ ଖୁସି । ଜଗନ୍ନାଥଙ୍କ ହାତ ନଥିଲେ କଣ ହେଲା ପ୍ରତିକ୍ଷାଙ୍କ ହାତ ଧରିବା ପର ଠାରୁ ହାତ ନଥିବା ଦୁଃଖକୁ ସେ କେବେ ଠାରୁ ଭୁଲିଯାଇଛନ୍ତି । ଆର୍ଥିକ ଅନାଟନ ଏମାନଙ୍କ ଭଲ ପାଇବାକୁ କେବେ କମ କରିପାରିନି । ଜୀବନର ଭବିଷ୍ୟତ ଅତ୍ୟନ୍ତ କଣ୍ଟକିତ ଜାଣି ବି ପ୍ରତିକ୍ଷାଙ୍କ ନିଷ୍ପତିକୁ ପ୍ରକୃତ ପ୍ରେମର ଉଦାହରଣ ବୋଲି ସମସ୍ତେ ବିଚାର କରନ୍ତି । ଆଜିର ଯୁବ ସମାଜ ଅତ୍ୟାଧୁନିକ ଚାକଚକ୍ୟ କୁ ଆଦରି ନେଇ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଉଥିବା ବେଳେ ଏଠାରେ ଜଗନ୍ନାଥ ଓ ପ୍ରତିକ୍ଷାଙ୍କ ନିଆରା ପ୍ରେମ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ନିଶ୍ଚୟ ।
Pritiparna

Recent Posts

କଟକ ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପ୍ରଶାନ୍ତ ଜଗଦ୍ଦେବ

କଟକ (କେନ୍ୟୁଜ): କଟକ ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୧ ଦିନ ପରେ ତାଙ୍କୁ…

15 mins ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ); କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଚାଲିଛି ଅଙ୍କକଷା । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ…

33 mins ago

ଦେଖୁ ଦେଖୁ ଆଖି ପିଛୁଳାକେ ଲାଗିଗଲା ନିଆଁ, ହେଲେ କେମିତି?

ବାସୁଦେବପୁର(କେନ୍ୟୁଜ): ବାପ୍ ରେ ବାପ୍ କି ଧୂଆଁ । ଏ କି ଭୟଙ୍କର ଦୃଶ୍ୟ । ବିଚ୍ ରାସ୍ତାରେ ପୁଣି ଆମ୍ବୁଲାନ୍ସଟି…

60 mins ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି, ଗାଡ଼ିରେ ଭର୍ତ୍ତି ପୂର୍ବରୁ ଜାଣିନିଅନ୍ତୁ ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୮୯ ପଇସା ରହିଛି ।…

1 hour ago

ସବୁଦିନ ପରିବର୍ତ୍ତନ ହେଉଛି ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ବଜାରରେ ମୂଲ୍ୟ?

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

2 hours ago

ଆଜି ଶପଥ ଗ୍ରହଣ କରିବେ ମୋଦି, ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ…

2 hours ago