ନବୀନ ନିବାସରେ ପରସା ଯିବ ସ୍ୱତନ୍ତ୍ର ବ୍ୟଞ୍ଜନ, ଦେଖନ୍ତୁ ଖାଦ୍ୟ ତାଲିକା

କେନ୍ଯୁଜ୍: ନବୀନ ନିବାସରେ ଲଞ୍ଚ । ଏହି ମଧ୍ୟାହ୍ନ ଭୋଜନରେ ନବୀନ ପଟ୍ଟନାୟକଙ୍କ ସହ ଯୋଗ ଦେବେ ଗୃହମନ୍ତ୍ରୀ ଅମିତ ଶାାହ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଧ୍ୟ ଲଞ୍ଚରେ ଯୋଗ ଦେବେ । ଏଥିପାଇଁ ନବୀନ ନିବାସରେ ବିରାଟ ଆୟୋଜନ କରାଯାଇଛି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବ୍ୟଞ୍ଜନ ପରସା ଯିବ । ପୂର୍ବାଞ୍ଚଳ ପରିଷଦରେ ଯୋଗ ଦେବାକୁ ଆସିଥିବା ଏହି ବରିଷ୍ଠ ରାଜନେତାଙ୍କୁ ଲଞ୍ଚ ପାଇଁ ନିମନ୍ତ୍ରଣ କରିଥିଲେ ନବୀନ ପଟ୍ଟନାୟକ । ସମସ୍ତ ନେତା ଏହାକୁ ଗ୍ରହଣ ମଧ୍ୟ କରିଥିଲେ । ତେବେ ନବୀନ ନିବାସରେ ଏହି ଲଞ୍ଚକୁ ନେଇ ଚର୍ଚ୍ଚା ଜୋର୍‌ । ପୂର୍ବରୁ ନିତିଶ କୁମାର ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଥିଲେ । ହେଲେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଥମ ଥର ପାଇଁ ନବୀନ ନିବାସ ଯାଉଛନ୍ତି । ଅତିଥିଙ୍କ ପାଇଁ ବାଇଗଣ ଭଜା, ଆଳୁ ମଟର ମସଲା, ଗୁଚ୍ଛି ପନିର, ଡାଲି, ଟମାଟୋ ଚଟନି, ପାମ୍ପଡ, ରୁଟି, ବୁନ୍ଦି ରାଇତା, ମାଛ ବେସର ରହିଛି । ଏହା ସହ ମିଠାରେ ଛେନାପୋଡ, ରସ ମଲାଇ ଦିଆଯିବ ।