ସ୍ପେସାଲ ଓଜେଇ ବି-ଟେକ୍‌ ଫର୍ମ ଦାଖଲ ସମୟ ସୀମା ବଢ଼ିଲା

ଭୁବନେଶ୍ୱର : ସ୍ପେସାଲ ଓଜେଇଇ ବି-ଟେକ୍‌ ଫର୍ମ ଭରିବା ପାଇଁ ସମୟ ସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସମୟ ସୀମା ଅଗଷ୍ଟ ୧୦ ତାରିଖ ଥିବା ବେଳେ ଏହାକୁ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଅନ୍‌ଲାଇନ୍‌ରେ ଫର୍ମ ପୂରଣର ଶେଷ ସମୟ ହେଉଛି ଅଗଷ୍ଟ ୧୭ ଥିବା ବେଳେ ଏଥିପାଇଁ ଫିସ୍‌ ଜମା କରିବାର ସମୟ ୧୮ ତାରିଖ ଯାଏ ରଖା ଯାଇଛି ।

ତେବେ ପୂର୍ବରୁ ସେମାନଙ୍କ ଫର୍ମ ପୂରଣ କରି ସାରିଥିବା ଛାତ୍ର ଛାତ୍ରୀ ଏହି ସମୟ ଭିତରେ କିଛି ସଂଶୋଧନ କିମ୍ବା ଯୋଡ଼ିବାକୁ ଚାହୁଁଥିଲେ କରି ପାରିବେ । ସେମାନେ ନିଜ ଆଇଡି ଓ ପାସ୍‌ଓ୍ଵାର୍ଡ଼ ଦେଇ ଓଜେଇଇ ଅନଲାଇନ୍‌ ପୋର୍ଟାଲକୁ ଯାଇ ତ୍ରୁଟି ସଂଶୋଧନ କରି ପାରିବେ ।

ଏମିତିକି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମଧ୍ୟ ଏହି ସମୟ ମଧ୍ୟରେ ବଦଳାଇ ପାରିବେ । ତେବେ ଏହା ପରେ ଆଉ କୌଣସି ସଂଶୋଧନ କି ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଓଜେଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

 

Leave A Reply

Your email address will not be published.