ରାଜ୍ୟ

ପଖାଳ ଦିବସରେ ଶୁଭଲକ୍ଷ୍ମୀଙ୍କ ହାତ ତିଆରି ସ୍ୱତନ୍ତ୍ର ପଖାଳ, ଆନନ୍ଦରେ ଖାଇଥାନ୍ତି ପରିବାର ଠାରୁ ଆମ୍ଭ କରି ସାହି ପଡ଼ିଶା

ପିପିଲି : ଆମ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ । ଖଟିଖିଆର ଭାତ ହାଣ୍ଡିରୁ କେବେ ମନ୍ଦିର ଆଉ ପୁଣି ଏବେ ସୌଖିନ ହୋଟେଲ ପର୍ଯ୍ୟନ୍ତ ସବୁଠି ରହିଛି ଏହାର ଚାହିଦା। ଏହାର ପ୍ରତିଟି ସୋପାନରେ ଯଦିଓ ଏକାଧିକ ରୁଚି ପୂର୍ଣ୍ଣ ଉପାଦାନ ଯୋଡା଼ ଯାଉଛି ହେଲେ ଏହା ନିଜର ମୌଳିକତା କେବେ ବି ହରାଇନି । ଆଉ ପଖାଳ ନାନୀଙ୍କ ପଖାଳର ଆକର୍ଷଣ ତ ପୁରା ନିଆରା ।

ଖରା ଦିନ ଆସିଗଲେ ଘରେ ଘରେ ପଖାଳର ଆଦର ବେଶ ବଢି ଯାଏ । ଧୁ ଧୁ ଖରା ବେଳେ ତୁଣ୍ଡରେ ପଖାଳ ତୋରାଣି ଟିକେ ବାଜି ଗଲେ ଭାରି ଶାନ୍ତି ମିଳେ । କୃଷି ପ୍ରଧାନ ଆମ ରାଜ୍ୟ । ତେଣୁ ସୁରୂଜ ଉଇଁଲା ବେଳକୁ ଚଷା ଭାଇର ଘରେ ଧାଁ ଦଉଡ଼ । ତା’ରି ଭିତରେ ସଜ ହେବ ଦିନ ବେଳାର ଖାଦ୍ୟପେୟ । ଚାଉଳ ପାଛୁଡ଼ା ଓ ପରିବା କଟାକଟି ଆଦି ସରିବାବେଳକୁ ଏପଟେ ଚୁଲି ଲାଗିଥିବ ପଖାଳ ତିଆରି ପାଇଁ । ଡ଼େଲାଙ୍ଗ ବ୍ଳକ ମାଛପଡ଼ା ଗାଁର ଶୁଭଲକ୍ଷ୍ମୀ ସ୍ୱାଇଁଙ୍କ ହାତ ରନ୍ଧା ପଖାଳ । ଯାହାର ରହିଛି ଖୁବ ଚାହିଦା ।

ପ୍ରତିଦିନ ସକାଳ ହେଲେ ପଖାଳ ନାନୀଙ୍କ ଘରେ ଆରମ୍ଭ ହୋଇଯାଏ ସଜବାଜ । ଚୁଲି ଲାଗେ ତା’ପରେ ବସେ ଭାତ ହାଣ୍ଡି । ହାଣ୍ଡିରେ ଆରମ୍ଭ ହୋଇଯାଏ ରୋଷେଇ କାର୍ଯ୍ୟର ପ୍ରସ୍ତୁତି ପର୍ବ ଆଉ ଏପଟେ ସଜଡ଼ା ଚାଲିଥାଏ ବିଭିନ୍ନ ପ୍ରକାରର ମସଲା । ନଡ଼ିଆ, ଲେମ୍ବୁ, ଆମ୍ବ, କାକୁଡି଼, କଂଚାଲଙ୍କା, ପୁଦିନାପତ୍ର, ମଲ୍ଲୀ ଫୁଲ ପାଣି, ଭୃସୁଙ୍ଗା ପତ୍ର, କମଳା ଚୋପା ଓ ପତ୍ର, ଆମ୍ବ କସି ଅଦା ଏବଂ ଆହୁରି କେତେ କ’ଣ । ଚାଳିଶ ପ୍ରକାର ମସଲା ଦେଇ ପ୍ରସ୍ତୁତ ହୁଏ ଦହି ପଖାଳ । ଆଉ ତା’ ସାଙ୍ଗକୁ ବିଭିନ୍ନ ପ୍ରକାରର ଭଜା ବଡ଼ିଚୁରା ।ଭେଣ୍ଡି ଠାରୁ ଆରମ୍ଭ କରି ବିଭିନ୍ନ ରକମର ଭଜାଭଜି ଏବଂ ମାଛ ଭଜା । ଗାଁର ଶାନ୍ତି ମାଉସୀଙ୍କ ପ୍ରତି ବର୍ଷ ଖରା ଦିନେ ପ୍ରସ୍ତୁତ କରିଥା’ନ୍ତି ଏମିତିଆ ସ୍ପେଶାଲ ପଖାଳ । ଏହାକୁ ବେଶ ଆନନ୍ଦରେ ଖାଇଥାନ୍ତି ପରିବାର ଠାରୁ ଆରମ୍ଭ କରି ସାହି ପଡ଼ିଶା । ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦେବା ଦେବୀଙ୍କ ନିକଟରେ ଦହି ସହିତ ପଖାଳକୁ ଭୋଗ ରୂପରେ ଅର୍ପଣ କରାଯାଇଥାଏ ।

ପଖାଳ ନାନୀଙ୍କ ଘରେ ପ୍ରତି ବର୍ଷ ଖରା ଦିନେ ଏମିତି ଭିଡ଼ । ସାହି ପଡ଼ିଶା ଏକାଠି ବସି ପଖାଳ ଖାଇଥା’ନ୍ତି । ଆଉ ଏମିତି ତ ଓଡ଼଼ିଆ ଘରେ ପଖାଳର ସ୍ୱତନ୍ତ୍ର ଆଦର ରହିଛି । ତେଣୁ ଖରା ଦିନ ଆସିଗଲେ କିଏ ବା ଏହି ଅବସରକୁ ହାତ ଛଡ଼ା କରିବ ।

ପୁରୀ ଜିଲ୍ଲା ମାଛପଡ଼ା ଗାଁ ରୁ ଦବିାକର ଷଡଙ୍ଗୀଙ୍କ ରିପୋର୍ଟ, କେନ୍ୟୁଜ୍

Sonalisa

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

11 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

19 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

26 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

34 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

36 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

44 mins ago