ବାହାରେ ଖେଳିପାରିବେନି ହୋଲି, କଟକଣା ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର

କେନ୍ୟୁଜ୍(ବ୍ୟୁରୋ):  ହୋଲି ଉପରେ କଟକଣା। ଦୋଳଯାତ୍ରାରେ ଧାର୍ମିକ ଓ ସାଂସ୍କୃତିକ ସମାବେଶକୁ ବାରଣ କରାଯାଇଛି। କରୋନାର ଦ୍ବିତୀୟ ଷ୍ଟ୍ରେନକୁ ନଜରରେ ରଖି କଟକଣା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ବାହାର ରାଜ୍ୟରେ କରୋନା ବଢିଚାଲିଥିବାରୁ ଓଡିଶାରେ କିପରି ଏହାକୁ ପ୍ରତିହତ କରିହେବ ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ କିଛି କଟକଣା ଜାରି କରାଯାଇଛି। ନଜର ପକାନ୍ତୁ କଣ କଣ କଟକଣା ଜାରି ହୋଇଛି।

  • ଏକାଠି ହୋଇ ହୋଲି ଖେଳିପାରିବେନି ଜନସାଧାରଣ
  • ସର୍ବସାଧାରଣ ଜାଗାରେ ହୋଲି ଖେଳିପାରିବେନି ଜନସାଧାରଣ
  • ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ
  • କୋଭିଡ୍ ନିୟମ ମାନି ମନ୍ଦିରରେ ରୀତିନୀତି ପାଳନ ସହ ଦୋଳଯାତ୍ରା
  • ମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣା ଉପରେ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବେ
  • ଦୋଳମେଳଣକୁ ଅନୁମତି ମିଳିଲେ ସୀମିତ ସଂଖ୍ୟାରେ ଭକ୍ତ ଭାଗ ନେବେ
  • ସ୍ଥାନୀୟ ସ୍ଥିତି ଦେଖି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ନିଷ୍ପତ୍ତି ନେବେ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.