ପୁରୀ ଏମାର ମଠରେ ପ୍ରତ୍ନତତ୍ତ୍ୱ ବିଭାଗର ସ୍ୱତନ୍ତ୍ର ଟିମ୍: ମାଟି ତଳୁ ଉଦ୍ଧାର ହେଲା ସିଂହ ମୂର୍ତ୍ତି, କୀର୍ତ୍ତିରାଜର କରୁଛନ୍ତି ଯାଞ୍ଚ

ପୁରୀ (କେନ୍ୟୁଜ): ପୁରୀରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ । ଆଜି ଅପରାହ୍ନରେ ଏମାର ମଠ ପାଖରେ ହୋଇଥିବା ଖନନ ଅଞ୍ଚଳରେ ପହଞ୍ଚି ସେଠାରୁ ବାହାରିଥିବା ପଥରର ସିଂହ ମୂର୍ତ୍ତିର ଅନୁଧ୍ୟାନ କରିଛନ୍ତି । ଏହାସହ ସିଂହ ମୂର୍ତ୍ତିକୁ ସଫା କରିବା ସହ ସେଗୁଡିକର ଫଟୋଗ୍ରାଫି ମଧ୍ୟ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାଟି ଖନନ ବେଳେ ଏକ ସିଂହ ମୂର୍ତ୍ତି ବାହାରିଥିଲା । ତେବେ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ନହୋଇ ଖନନ କାର୍ଯ୍ୟ ଚାଲୁଥିବାରୁ ଶ୍ରୀମନ୍ଦିର ଚାରିପାଖରେ ଥିବା ଐତିହ କୀର୍ତ୍ତିରାଜି ନଷ୍ଟ ହୋଇଯାଉଛି ।

ଗତ ମେ ୭ ତାରିଖରେ ଏଏସ୍‌ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିବା ବେଳେ ଅନେକ ଗୁମର ଖୋଲିବାରେ ଲାଗିଛି। ଦାଖଲ ହୋଇଥିବା ସତ୍ୟପାଠର ୪୦ ତମ ପୃଷ୍ଠାରେ ଖନନ ସମୟରେ ଗତ ଏପ୍ରିଲ ୨୯ ତାରିଖରେ ମାଟି ତଳୁ ର୍କିତ୍ତିରାଜି ମିଳିଥିବା କଥା ସ୍ପଷ୍ଟ ହୋଇଛି । ଏକ ପ୍ରାଚୀନ ସିଂହ ମୂର୍ତ୍ତିର ଫଟୋ ସଂଲଗ୍ନ କରି ASI ହାଇକୋର୍ଟଙ୍କୁ ଏନେଇ ଅବଗତ କରାଇଛି । ତେବେ ଏତେ ବଡ ଖନନ ହୋଇଥିବାରୁ ଆହୁରି ଅନେକ ଏପରି ପ୍ରାଚୀନ ମୂର୍ତ୍ତି ମିଳିପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ଏଏସଆଇର ସୁପରିଟେଣ୍ଡେଣ୍ଟ ଏବଂ ତାଙ୍କ ଟିମ୍‌ ଖନନ ସ୍ଥାନରେ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.