ଭୁବନେଶ୍ୱର : ସିମ ବକ୍ସର ରାଞ୍ଚି ଲିଙ୍କ୍। ଖୋଲୁଛି ବେଆଇନ ସିମ ବକ୍ସ କାରବାର ଗୁମର। ଓଡ଼ିଶା ବାହାରକୁ ଲମ୍ବିଛି ସିମ୍ ବକ୍ସର ଚେର। ବାଂଲାଦେଶୀ ମାଷ୍ଟରମାଇଣ୍ଡ ସହ ପରିଚୟ ଓ କାରବାରର ତଥ୍ୟ ଓଗାଳୁଛି ରାଜୁ ମଣ୍ଡଳ। ଆଜି ରାଜୁ ମଣ୍ଡଳ ରିମାଣ୍ଡର ତୃତୀୟ ଦିନ । କମିଶନରେଟ ପୋଲିସର ସ୍ଵତନ୍ତ୍ର ଟିମ ରାଜୁକୁ ରାଞ୍ଚି ନେଉଛି । ସେଠାରେ ରହିଛି ଅତଙ୍କି ଆଡା ନମ୍ବର ତିନ। ସେଠାରୁ ସିମ୍ ବାକ୍ସ ସେଟ୍ ଅପ୍ ବକ୍ସ ସହ ଅନେକ ଟେରର ମୋଡ୍ୟୁଲ ର ଖୁଲସା ହେବ।
୫ଦିନିଆ ରିମାଣ୍ଡର ଦ୍ବିତୀୟ ଦିନରେ ବେଆଇନ ସିମ ବକ୍ସ ନେଇ ବହୁ ଚାଞ୍ଚଲ୍ୟକର ତଥ୍ୟ ଓଗାଳିଛି ଅଭିଯୁକ୍ତ ରାଜୁ ମଣ୍ଡଳ। ଭୁବନେଶ୍ବର ଓ କଟକରୁ ମୋଟ ୧୨ଟି ସିମ ବକ୍ସ ଜବତ ହୋଇଛି । ଏଥିରେ ୪୮୧ଟି ଆକ୍ଟିଭ ସିମ ରହିଛି। ୮୧୦ଟି ଷ୍ଟାଣ୍ଡବାଇ ସିମ୍ ରହିଛି। ଅର୍ଥ କାରବାରର ବିବରଣୀ ପାଇଁ ମୋବାଇଲ କଂପାନୀ ଓ ବ୍ୟାଙ୍କମାନଙ୍କୁ ଯୋଗାଯୋଗ କରିବ ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ରାଜୁ ନାଁରେ ୩ଟି ବ୍ୟାଙ୍କ ଆକାଉଣ୍ଟ ରହିଥିବା ବେଳେ ତା ମାଆଙ୍କ ନାଁରେ ଗୋଟିଏ ଆକାଉଣ୍ଟ ରହିଛି। ସବୁଗୁଡ଼ିକ ପଶ୍ଚିମବଙ୍ଗରେ ରହିଛି। ଏହାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଟିମ୍ ।