ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ମହାପ୍ରଭୁଙ୍କ ସକାଳ ଗ୍ରହଣ ମହାସ୍ନାନ ପରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି। ରାତି ୧୨ ଟା ୧୦ରୁ ଦ୍ୱାରଫିଟିବା ପରେ ମଇଲମ, ମଙ୍ଗଳ ଆଳତି, ତଡପ ଲାଗି, ଅବକାଶ ପୂଜା ହୋଇ ରାତ୍ର ୨ଟା ୨୫ରୁ ୨ଟା ୩୫ ମିନିଟ୍‌ ମଧ୍ୟରେ ସରିଥିଲା ଗୋପାଳବଲ୍ଲଭ । ଏହାପରେ ସକାଳଧୂପ, ବାଳଧୂପ ହୋଇ ଭୋର ୪ଟାରେ ନାରାୟଣ ଦେବ ସାଗର ବିଜେ କରିଥିଲେ।

ଏହାପରେ ୪ଟା ୩୦ରୁ ୪ଟା ୪୦ ମଧ୍ୟରେ ସରିଥିଲା ଭୋଗମଣ୍ଡପ । ଭୋର ୪ଟା ୫୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ହୋଇ କୋରାଖଇ ଭୋଗ ସହ ଅନ୍ୟ ନୀତି ସଂପନ୍ନ କରାଯାଇଥିଲା। ଏହାପରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ।

Leave A Reply

Your email address will not be published.