ମାଲକାନଗିରି: ଅନାଥ ଶିଶୁ ନୟନଙ୍କୁ ଆପଣାଇଲେ ସ୍ପେନର ଇଭାନ ଦମ୍ପତି

spenମାଲକାନଗିରି: ସ୍ପେନ ଗଲା ମାଲକାନଗିରି ଜିଲ୍ଲା ଦରିଗୁଡ଼ା ଗାଁର ଅନାଥ ଶିଶୁ ନୟନ ମାଡକାମୀ। ସ୍ପେନର ଇଭାନ ଦମ୍ପତି ନୟନକୁ ନେଇ ନିଜ ଦେଶକୁ ଯାତ୍ରା କରିଛନ୍ତି।ନୟନ ପିଲାଟି ଦିନରୁ ନିଜ ବାପା ମାଆଙ୍କୁ ହରାଇଥିଲା। ତାଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରି କୋରାପୁଟର ଦଶମନ୍ତପୁରରେ ରଖିଥିଲା। ଏ ସଂପର୍କରେ ଅନଲାଇନରେ ସୂଚନା ପାଇ ନୟନକୁ ଆପଣାଇବାକୁ ଆଗ୍ରହ ପ୍ରକାଶ କରିଥିଲେ ଇଭାନ ଦମ୍ପତି। ନୟନକୁ ନେବା ପାଇଁ ସୁଦୂର ସ୍ପେନରୁ ଛୁଟି ଆସିଥିଲେ ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରିକୁ। ଆଉ ସିଡବଲୁସି ସହ ଆଲୋଚନା କରି ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ନୟନକୁ ନେଇ ଦମ୍ପତି ସ୍ପେନ ଯାତ୍ରା କରିଛନ୍ତି।

Leave A Reply

Your email address will not be published.