ସ୍ବତନ୍ତ୍ର ଜେଲରେ ସ୍ପାଇଡର ସତୀଶ, ୨୪ ଘଣ୍ଟା ସିସିଟିଭି ସର୍ଭେଲାନ୍ସରେ ଅଭିଯୁକ୍ତ

ଭୁବନେଶ୍ବର: ଭୁବନେଶ୍ବର ସ୍ବତନ୍ତ୍ର ଜେଲରେ ସ୍ପାଇଡର ସତୀଶ । ତାକୁ ହାଇ ସିକ୍ୟୁରିଟି ସେଲରେ ରଖାଯାଇଛି । ଏଠାରେ ୧୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ରହୁଛନ୍ତି । ସତୀଶ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଭାବେ ଦୁଇଜଣ ୱାର୍ଡ ର ରହିଛନ୍ତି । ୨୪ ଘଣ୍ଟା ସିସିଟିଭି ସର୍ଭେଲାନ୍ସରେ ରହିଛି ସ୍ପାଇଡର ସତୀଶ । କାଳେ ଜେଲ ପାଚେରୀ ଡେଇଁ ପଳାଇଯିବ ସେଥିପାଇଁ ତା ଉପରେ କଡ଼ା ନଜର ରଖାଯାଇଛି । ପୂର୍ବରୁ ସେ ତାମିଲନାଡୁ ଜେଲରୁ ପାଚେରି ଡେଇଁ ଖସି ପଳାଇଥିବା ନଜିର ରହିଛି ।
ଆସନ୍ତାକାଲି ସତୀଶକୁ ରିମାଣ୍ଡ ରେ ଆଣିବ ନୟାପଲ୍ଲୀ ପୋଲିସ । ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରିର ୧୯ଦିନ ପରେ କୋଟିପତି ଚୋର ସ୍ପାଇଡର ଶତୀଶକୁ ଧରିଥିଲା ପୋଲିସ । ୫ ଦିନିଆ ରିମାଣ୍ଡରେ ନେବାକୁ କମିଶନରେଟ ପୋଲିସକୁ ଅନୁମତି ଦେଇଛନ୍ତି କୋର୍ଟ । ସତୀଶକୁ ରିମାଣ୍ଡରେ ଆଣି ଗୁଡ଼େଇତୁଡ଼େଇ ଜେରା କରିବ ପୋଲିସ । ଏପଟେ ସ୍ପାଇଡର ସତୀଶ ଜାମିନ ଆବେଦନ କରିବ । ସତୀଶର ଓକିଲ ଭୁବନେଶ୍ୱର ଆସି ଜାମିନ ଆବେଦନ କରିବେ । ପୂର୍ବରୁ ମଧ୍ୟ ୧୨ ଥର ଜେଲ ଯାଇଥିଲା ସତୀଶ । ପୂର୍ବରୁ ମଧ୍ୟ ସେ ଜାମିନରେ ଆସିଛି । କମିଶନର ପୋଲିସ ତାକୁ ଦୋଷୀ ସାବ୍ୟସ୍ତ କରିବାକୁ ଠୋସ ପ୍ରମାଣ ଯୋଗାଡ କରିଛି ।
ଆହୁରି ପଢନ୍ତୁ : ଲୁଟର ନୂଆ ଫଣ୍ଡା, ସିସିଟିଭିରେ ରେକର୍ଡ ହେଲା ଚୋରିର ଲାଇଭ ଭିଜୁଆଲ