୨୭ ବର୍ଷରେ ପାଦ ଥାପିଲେ ଅଥଲେଟିକ ଦୂତୀ ଚାନ୍ଦ, ଶୁଭେଚ୍ଛା ଜଣାଇଲେ କିଟ୍ କିସ୍ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍): କ୍ରୀଡ଼ାବିଦ ତଥା ଅଥଲେଟିକ ଦୂତୀ ଚାନ୍ଦ ଆଜି ୨୭ ବର୍ଷର ପଦାର୍ପଣ କରିଛନ୍ତି। ଏହି ଅବସରରେ ପଟିଆ ସ୍ଥିତ ତାଙ୍କ ବାସଭାବନରେ ଏକ ଭବ୍ୟ କାଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଦୂତୀଙ୍କ ବାପା ମା ଏବଂ ପରିବାର ସଦସ୍ୟମାନଙ୍କ ଉପସ୍ଥିତରେ ଦୂତୀ ପାଳନ କରିଥିଲେ ତାଙ୍କର ଜନ୍ମଦିନ। ଜନ୍ମଦିନ ଉତ୍ସବରେ କିଟ ଓ କିସ୍ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତଙ୍କ ସହ କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ଼. ଇତିରାଣୀ ସାମନ୍ତ ମଧ୍ୟ ଯୋଗ ଦେଇ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।