ଗେଲି କହୁଛି ଇଲେକଟ୍ରି ସକ୍‌ରେ ମୁଁ ମରି ନଥିଲି, ପାଟିରେ ଲୁଗା ପୂରାଇ ମୋତେ ମାରି ଦେଲେ

ସୋର (କେନ୍ୟୁଜ) : ମୁଁ ଏମିତି ମରିନି, ମୋ ପାଟିରେ ଲୁଗା ପୁରାଇ ମୋତେ ମାରିଲେ ଗାଡିରୁ ଠେଲି ଦେଲେ। ମୋତେ ମୋ ଯାଆ ମାରିଦେଇଛି, ଆଇ ତା ବାପା ମିଶି ମୋତେ ମାରିଦେଲେ। ମୋତେ ବହୁତ କଲବଲ୍‌ କରି ମାରିଲେ ….ମୋ ଛୁଆକୁ ଟିକେ ଆଣ ମୁଁ ଦେଖିବି, ସେମାନେ ମୋ ଛୁଆକୁ ବହୁତ ହୀନିମାନ କରୁଛନ୍ତି। କିଛି ଏମିତି କହି କଇଁ କଇଁ ହୋଇ କାନ୍ଦୁଛି ମୃତ ଗେଲି।

ଏଇ ଛୋଟ ଝିଅଟି କହୁଛି ବଡ ଭଉଣୀର ମୃତ୍ୟୁର ବୟାନ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମହାରାଜପୁର ବାଟିଟଙ୍କି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାନ ଭଉଣୀ ଦେହରେ ପ୍ରେତ ସବାର ହୋଇ କହୁଛି ବଡ ଭଉଣୀର ମୃତ୍ୟୁର ରହସ୍ୟ । କୁନି ଝିଅ କହୁଛି ସେମାନେ ମୋ ଟାୱେଲକୁ ଇଲେଟ୍ରିକ ଚାର୍ଜ କରିଦେଲେ । ସେମାନେ ଦୁଇ ଜଣ ଥିଲେ। ମୁଁ ଅଟା ଦଳୁ ଥିବାବେଳେ ପାଣି ପାଇଁ ଟୀୱେଲ ଛୁଇଁ କରେଣ୍ଟ ଖାଇ ମରି ନଥିଲି । ମୋ ପାଟିରେ ସେମାନେ ଲୁଗା ପୁରାଇ ଦେଲେ , ମୁଁ ପଡି ନାହିଁ, ମୋ ଛୁଆକୁ ସେମାନେ ହୀନିମାନ କରୁଛନ୍ତି । ମୁଁ ଛୁଆକୁ ଦେଖିବି ଆଣ ମୋ ଛୁଆକୁ।

geliଶିଶୁ କନ୍ୟାର ଏଭଳି ବୟାନ ପରେ ଏବେ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ମହାରାଜପୁର ଗ୍ରାମର ଚନ୍ଦନ ବେହେରା ସେହି ପଞ୍ଚାୟତର ବାଟିଟଙ୍କି ଗ୍ରାମର ଜ୍ୟୋତ୍ସ୍ନାରାଣୀ ଜେନାଙ୍କୁ ପ୍ରେମ ବିବାହ କରିଥିଲେ । ଗତ ୨୭ ଜୁନରେ ବିଦ୍ୟୁତ ଆଘାତ ପାଇଥିବାର କହି ଘର ଲୋକେ ଗୋପାଳପୁର ଡ଼ାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । କିନ୍ତୁ ବାପ ଘର ଲୋକଙ୍କୁ ସନ୍ଦେହ ହେବାରୁ ଜୁଲାଇ ୨ ତାରିଖରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣି ଥାନା ଦ୍ୱାରସ୍ଥ ହୋଇ ଥିଲେ ବାପ ଘର ଲୋକେ ।

କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାପଘର ଲୋକେ ଏସପିଙ୍କ ଦ୍ୱାରସ୍ଥ ହେବା ପରେ ଚନ୍ଦନକୁ ଉଠାଇ ନେଇଥିଲା ପୋଲିସ୍ । ଚନ୍ଦନ କ୍ରିୟାକର୍ମ ପରେ ଗ୍ରାମରେ ବୁଲୁଥିବାର ଦେଖି ପୁଣି ବାପଘର ଲୋକେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶେଷରେ ପ୍ରେତାତ୍ମା ମାଡ଼ି ବସିଥିବା ଶିଶୁଟିକୁ ମୃତ ଜ୍ୟୋତ୍ସ୍ନାରାଣୀ ଘରକୁ ନେବାପରେ ସେ ଜ୍ୟୋତ୍ସ୍ନାରାଣୀର ଅନ୍ୟ ଝିଅ କିମ୍ବା ସ୍ୱାମୀ ଶଶୁରଙ୍କୁ ଦେଖା ପାଇନଥିଲା । ସମସ୍ତେ ଜ୍ୟୋତ୍ସ୍ନାରାଣୀ ଶଶୁର ଘରୁ କୁଆଡେ ପଳାଇ ଯାଇଥିଲେ ।

କୁନି ଝିଅ ମୁହଁରୁ ବଡ ଝିଅ ମୃତ୍ୟୁର ରହସ୍ୟ ଶୁଣିବା ପରେ ନିଜ କୋହକୁ ସମ୍ଭାଳି ପାରୁନାହାଁନ୍ତି ପରିବାର ଲୋକେ। ସତରେ କେତେ କଲବଲ୍‌ କରି ମାରିଛନ୍ତି ଜ୍ୟୋସ୍ନାରାଣୀଙ୍କୁ। ମୃତ ଗେଲିର ଆତ୍ମା ସିନା କହିଦେଲା ସେ କେମିତି କଲବଲ ହୋଇ ମରିଛି କିନ୍ତୁ ଏମିତି ଅନେକ ଝିଅଙ୍କୁ ଶାଶୁ ଘର ଲୋକେ ମାରିଦେଉଛନ୍ତି କିନ୍ତୁ ସେସବୁ ଚାପି ହୋଇଯାଉଛି ସମୟକ୍ରମେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.