ବାର ଉପରେ ଅବକାରୀ ବିଭାଗର ଚଢ଼ାଉ, ନକଲି ବିଦେଶୀ ମଦ ଜବତ, ୫ ଗିରଫ

କଟକ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ସ୍ଥିତ ଏକ ବାର ଉପରେ ଅବକାରୀ ବିଭାଗର ଚଢ଼ାଉ  l ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ  l  ଆଜି ସକାଳୁ ଅବକାରୀ ବିଭାଗର ୧୦ଜଣିଆ ଟିମ ଭଦ୍ରେଶ୍ୱର ଥାନା ପ୍ରହରାଜ ପୁରଠାରେ ଚଢ଼ାଉ କରିଥିଲା । ନକଲି ବିଦେଶୀ ମଦ ସହ ବ୍ୟବହୁତ ହେଉଥିବା ବୋତଲକୁ ଜବତ କରାଯାଇଛି ।

ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।  ଏଥିରେ ବାରର କର୍ମଚାରୀ ଏବଂ ଘରେ ପ୍ରସ୍ତୁତ କରୁଥିବା ଯୁବକଙ୍କୁ ଗିରଫ କରାଯାଇଛି। ୩ଟି ସ୍କୁଟିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ  l ତାହା ସହ ଅଧିକ ତଦନ୍ତ ଚଳାଇଛି ଅବକାରୀ ବିଭାଗର ୧୦ଜଣିଆ ଟିମ  l  ବିଦେଶୀ ନକଲି ମଦ ଜବତ ପରେ ଅବକାରୀ ସୁପରିଟେଣ୍ଡେଣ୍ଟ ଘଟଣାସ୍ଥଳରେ ପହଞ୍ଚି ବାରକୁ ସିଲ କରି ଅଧିକ ତଦନ୍ତ କରୁଛନ୍ତି । ଯଦି ବାରର୍ ମାଲିକଙ୍କର ସମ୍ପୃକ୍ତି ଥାଏ , ତାହେଲେ ବାର ଲାଇସେନ୍ସଙ୍କୁ କ୍ୟାନସେଲ କରାଯିବ ବୋଲି କହିଛନ୍ତି ଅବକାରୀ ସୁପରିଟେଣ୍ଟେଣ୍ଟ ।

You might also like