ଗୋପାଳପୁରଠାରୁ ୧୮୦ କିମି ଦୂରରେ ରହିଛି ବାତ୍ୟା ଗୁଲାବ, ଭୂସ୍ଖଳନ ଉପରେ ଦୃଷ୍ଟି ରଖିବାକୁ SRCଙ୍କ ନିର୍ଦ୍ଦେଶ

କେନ୍ୟୁଜ୍‌(ବ୍ୟୁରୋ): ଗୋପାଳପୁରଠାରୁ ୧୮୦ କିମି ଦୂରରେ ରହିଛି ବାତ୍ୟା ଗୁଲାବ। ଆଜି ମଧ୍ୟରାତ୍ରିରେ ଗୋପାଳପୁର ଉପକୂଳ ଅତିକ୍ରମ କରିବ। ମଧ୍ୟରାତ୍ରିରେ କଳିଙ୍ଗପଟ୍ଟନମ୍‌ ଗୋପାଳପୁର ମଧ୍ୟରେ ଉପକୂଳ ଛୁଇଁବ। ସବୁଠୁ ଅଧିକ ପ୍ରଭାବ ପଡିବ ଗଞ୍ଜାମ ଓ ଗଜପତିରେ। ୬୦ରୁ ୭୦ କିମି ବେଗରେ ପବନ ବହିବ। ବଡ ବଡ ଗଛ ଉପୁଡିବା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା SRC ପ୍ରଦୀପ ଜେନା ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି।

ଭୂସ୍ଖଳନ ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଂଶଧାରା ଗୋଟା ବ୍ୟାରେଜକୁ ଖୋଲା ରଖାଯାଇଛି। ବଂଶଧାରା, ନାଗାବଳୀ, ଋଷିକୁଲ୍ୟାରେ ବନ୍ୟା ଆସିପାରେ। ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସକାଳ ୮ଟା ସୁଦ୍ଧା ୫ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମ୍ଭାବିତ ସ୍ଥାନକୁ NDRF ଓ ଓଡ୍ରାଫ୍‌ ଟିମ୍‌ ଯାଇଛନ୍ତି। ‘ସମୁଦ୍ରରୁ ସବୁ ମତ୍ସ୍ୟଜୀବୀ କୂଳକୁ ଫେରି ଆସିଛନ୍ତି’। ଆସନ୍ତାକାଲି ୧୧ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।