ଏସଆରସିଙ୍କ ପଞ୍ଚାୟତ ନିର୍ବାଚନ ଗାଇଡଲାଇନ୍: ୫ରୁ ଅଧିକ ବ୍ୟକ୍ତି କ୍ୟାମ୍ପେନ୍ କରିବା ମନା

କେନ୍ୟୁଜ୍(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ନେଇ ଗାଇଡଲାଇନ୍ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ପ୍ରାର୍ଥୀଙ୍କ ସମେତ ୫ ଜଣ କରିବେ । ୫ରୁ ଅଧିକ ବ୍ୟକ୍ତି କ୍ୟାମ୍ପେନ୍ କରିବା ମନା । ସୋସିଆଲ୍ ମିଡିଆ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାରକୁ ଗୁରୁତ୍ୱ ଦିଆଯିବ । କୋଭିଡ୍ ପଜିଟିଭ୍ ପ୍ରାର୍ଥୀ କ୍ୟାମ୍ପେନ୍ କରିପାରିବେ ନାହିଁ ।
କେବଳ ଇଲେକ୍ଟ୍ରୋନିକ୍ସ ମିଡିଆରେ ପ୍ରଚାର କରିବେ । ରୋଡ୍ ସୋ, ପଦଯାତ୍ରାକୁ ବାରଣ । ସାଇକେଲ୍ ଓ ବାଇକ୍ ରାଲି ସମ୍ପୂର୍ଣ୍ଣ ମନା । ବିଜୟ ଶୋଭାଯାତ୍ରା ବାରଣ କରାଯାଇଛି । କାଉଣ୍ଟିଂ ସେଣ୍ଟର ବାହାରେ ଭିଡ଼ କରିବା ମନା । ବିଭିନ୍ନ ଓ୍ଵାର୍ଡରେ ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ କ୍ୟାମ୍ପ ଅଫିସ କରିବେ । ସେଠାରେ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି ।