ଗଭୀର ଅବପାତ ଯୋଗୁ ରାଜ୍ୟରେ ଲାଗି ରହିଛି ବର୍ଷା, ମୁକାବିଲା ପ୍ରସ୍ତୁତି ନେଇ ୩ ଜିଲ୍ଲାପାଳଙ୍କ ସହ SRCଙ୍କ ସମୀକ୍ଷା

ଡିପ ଡିପ୍ରେସନ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ତିନି ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି ଦେଓ ରଞ୍ଜନ ସିଂ। ଭୀଷଣ ବର୍ଷା ବେଳେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ମଧ୍ୟ ଆଶଙ୍କା ରହିଛି।

ଏଥିପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ ଫରେନ୍ ସିଂରେ ଆଲୋଚନା ବେଳେ ଏଡିଜି- ଆଇନଶୃଙ୍ଖଳା, କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like