ରାଜ୍ୟ

ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ସବୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବ: SRC

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତି ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରେସ ମିଟ୍ । ଏସଆରସି କହିଛନ୍ତି  ବାତ୍ୟା ୟସ୍  ବାଲେଶ୍ବର ଚାନ୍ଦିପୁରରେ  ଲାଣ୍ଡଫଲ କରିପାରେ। ଆଗାମୀ ସମୟରେ ଭାରତୀୟ ପାଣିପାଗ ବିଭାଗ ଏ ନେଇ ସ୍ଥିତି ସ୍ପଷ୍ଟ କରିବ । ବାତ୍ୟା ୟସ୍  ପ୍ରଭାବରେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ବର ଓ ଭଦ୍ରକରେ ସମୁଦ୍ରରେ ୩ରୁ ୪ ମିଟର ଉଚ୍ଚତାର   ଉଠିବା ନେଇ ସମ୍ଭାବନା ରହିଛି।

ତେଣୁ ବାତ୍ୟା ୟସ ମୁକାବିଲାରେ ଜିରୋ କାଜୁଆଲଟିକୁ ଲକ୍ଷ୍ୟରେ ରଖି ଲୋକଙ୍କୁ ସ୍ଥନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।  ଆସନ୍ତା କାଲି ସଂଧ୍ୟା ସୁଦ୍ଧା ସବୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବ।  ତଳିଆ ଓ ବିପଦର ସମ୍ଭାବନା ଥିବା ଅଞ୍ଚଳରେ କୌଣସି ଲୋକ ଆସନ୍ତାକାଲି  ସୁଦ୍ଧା ଘରେ ନଥିବେ । ବାତ୍ୟା ଆଶ୍ରୟସ୍ଥଳରେ ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯ଼ାଇଛି । ଏହା ସହିତ ଗର୍ଭବତୀ ମହିଳା ଓ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯ଼ାଇଛି । ବଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ହାଇ ଇମ୍ପାକ୍ଟ ଜୋନ ମଧ୍ୟରେ ରହିବ । ଏହା ସହିତ ଯ଼ାଜପୁର, କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରଭାବ ରହିବ । ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯ଼ାଇଛି ।

ସେହିପରି ବାତ୍ୟା ପରବର୍ତ୍ତୀ ସମୟରେ ନିଜ ଘରେ ଜେନେରେଟର ନଲଗାଇବାକୁ ଏସଆରସି ଅନୁରୋଧ କରିଛନ୍ତି। ଯେହେତୁ ବିଦ୍ୟୁତ ସରବରାହ ସଜାଡିବା କର୍ଯ୍ୟରେ ବିଦ୍ୟୁତ କର୍ମଚାରୀମାନେ କାମ କରୁଥାନ୍ତି ତେଣୁ ଜେନେରେଟର  ଲଗାଇଲେ ରିଟର୍ଣ୍ଣ କରେଣ୍ଟ ଆସିଯିବାର ସମ୍ଭାବନା ରହିଛି । ଏହାଦ୍ବାରା ବିଦ୍ୟୁତ କର୍ମଚାରୀମାନେ ଆଘାତ ପାଇବାର ସମ୍ଭାବନା ରହିଛି। ତେଣୁ ଏହାକୁ  ନଜରରେ ରଖି ବାତ୍ୟା ପରଦିନ ଠାରୁ ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜେନେରେଟର ନଲଗାଇବାକୁ ଅନୁରାଧ କରିଛନ୍ତି ଏଆରସି ।

KNews Bureau

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

9 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

10 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

24 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

25 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago