ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି:ପ୍ରଭାବିତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି

କେନ୍ୟୁଜ୍(ବ୍ୟୁରୋ): ସମ୍ବାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ସରକାର । ପ୍ରଭାବିତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ବିଡିଓ, ତହସିଲଦାର ଓ ସ୍ଥାନୀୟ ଥାନାକୁ ମଧ୍ୟ ଆଲର୍ଟ କରାଯାଇଛି । ପ୍ରବଳ ବର୍ଷା ସହ ଫ୍ଲାସ୍‌ ଫ୍ଲଡ୍‌ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଋଷିକୂଲ୍ୟା ଓ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା ରହିଛି । ଗଜପତି ଜିଲ୍ଲାରେ ଭୂସ୍ଫଳନ ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ଦିଆଯାଇଛି । ଖସଡା ଓ ପାହାଡିଆ ସ୍ଥାନରେ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୪୨ଟି ଓଡ୍ରାଫ ଟିମ, ୨୪ଟି ଏନଡିଆରଏଫ ଓ ୧୦୨ଟି ଫାୟାର ଟିମ ମୁତୟନ କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ ୧୫ଟି ଓଡ୍ରାଫ୍‌ ଓ ୬ଟି NDRF ଟିମ୍‌,ଗଜପତି ଓ ରାୟଗଡାରେ ୬ଟି ଓଡ୍ରାଫ ଓ ୪ଟି ଏନଡିଆରଏଫ ଟିମ ପଠାଯାଇଛି । ମାଲକାନଗିରିରେ ୬ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ ଟିମ, ନବରଙ୍ଗପୁରରେ ୨ଟି ଓ ନୟାଗଡରେ ୪ଟି ଓଡ୍ରାଫ ଟିମ ମୁତୟନ କରାଯାଇଛି । ଭୁବନେଶ୍ୱରରେ ୧୧ଟି ଫାୟର, ୬ଟି ଓଡ୍ରାଫ ଏବଂ ୪ଟି NDRF ଟିମ୍‌ ରିଜର୍ଭ ରଖାଯାଇଛି ।

Leave A Reply

Your email address will not be published.