ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ହେବ ନୋ ପାର୍କିଂ ଜୋନ୍
ପୁରୀ(କେନ୍ଯୁଜ୍):ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ହେବ ନୋ ପାର୍କିଂ ଜୋନ୍ । ୭୫ ମିଟର ସୁରକ୍ଷା ଜୋନ୍ ହେବ ନୋ ପାର୍କିଂ ଜୋନ୍ । ଉତ୍ତରଦ୍ୱାର ଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଏବଂ ଗ୍ରାଣ୍ଡ ସେଣ୍ଟରଠାରୁ ଜଗାବଳିଆ ଲଜ୍ ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ପ୍ରକାର ଗାଡି ପାର୍କିଂ ହୋଇପାରିବ ନାହିଁ ।
କୌଣସି ଉଠା କିମ୍ବା ଠେଲା ଗାଡ଼ି ବ୍ୟବସାୟୀ ଏଠାରେ ବସିପାରିବେ ନାହିଁ । ଏଥିପାଇଁ ପୋଲିସ ଓ ପୌର ସଂସ୍ଥା ପକ୍ଷରୁ ମିଳତ ନିଷ୍ପତ୍ତି ନିଆଯାଇଛି । ପୌରସଂସ୍ଥା ପକ୍ଷରୁ ଏହି ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ ଜାରି ରହିଛି।