ଆଜି ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ

ପୁରୀ : ଶରଧାବାଲିରେ ତିନିରଥ ରହିଥିବା ବେଳେ ଆଜି ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ। ଶରାଧାବାଲିରେ ରଥ ଉପରେ ଦର୍ଶନ ଦେଉଥିବା ଶ୍ରୀଜିଉମାନେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ଜନ୍ମବେଦୀକୁ ପହଣ୍ଡି ହୋଇ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ଅନୁଷ୍ଠିତ ହେବା ପରେ ସଂଧ୍ୟାରେ ପହଣ୍ଡି ବିଜେ ହେବ । ପରଂପରା ଅନୁଯାୟୀ ସଂଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ବିଜେ କରିବେ ମହାପ୍ରଭୁ।

ଆଜି ଦିନ ତମାମ ରଥ ଉପରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି । ପ୍ରବଳ ବର୍ଷା ସତ୍ତ୍ୱେ ଭକ୍ତମାନେ ଭିଜି ଭିଜି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ଆଡପ ମଣ୍ଡପ ବିଜେ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଡ଼ପ ମଣ୍ଡପ ବିଜେ ପରେ ଆସନ୍ତାକାଲିଠାରୁ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସହ ମହାପ୍ରସାଦ ପ୍ରସ୍ତୁତ ହେବ।

Leave A Reply

Your email address will not be published.