ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି, ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ଶ୍ରୀବିଗ୍ରହ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ବା ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ । ପବିତ୍ର ପୌଷପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀବିଗ୍ରହମାନେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ସୁନାବେଶରେ ସେବାୟତ ଓ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।
ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ସଭିଏଁ ନିଜକୁ କୃତାର୍ଥ ମନେ କରିଛନ୍ତି । ଏଥିସହ ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ ମଧ୍ୟ ଅନୁଷ୍ଠିତ ହେଉଛି। ଗୋଟିଏ ଦିନରେ ସୁନାବେଶ ସହ ନବାଙ୍କ ବେଶ ଅନୁଷ୍ଠିତ ହେଉଥିବାରୁ ଭକ୍ତମାନେ ବେଶ୍ ଭାବ ବିହ୍ୱଳ ହୋଇପଡିଛନ୍ତି।
ପ୍ରଭୁ ଶ୍ରୀରାମ ଚନ୍ଦ୍ର ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନ ରେ ଅଧିଷ୍ଠିତ ହୋଇଥିଲେ। ସେହି ସ୍ମୃତିରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅଭିଷେକ ନୀତି କରାଯାଇଥାଏ ବୋଲି କହିଛନ୍ତି ସେବାୟତ। ସେପଟେ ଠାକୁରଙ୍କ ନୀତି କାନ୍ତି ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଶ୍ରୀମନ୍ଦିରର ନୀତି ପ୍ରଶାସକ ।