ଭୁବନେଶ୍ୱର : ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ । ଦିଲ୍ଲୀ ଯିବ ଶ୍ରୀମନ୍ଦିର ପରିଚାଳନା କମିଟି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବୁ ବୋଲି କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ରଥଯାତ୍ରା ପରେ ରାଷ୍ଟ୍ରପତିଙ୍କୁ ଭେଟିବୁ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବ ଶ୍ରୀମନ୍ଦିର ପରିଚାଳନା କମିଟି ବୋଲି ଗଜପତି ମହାରାଜ କହିଛନ୍ତି । ବିଦେଶରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ନିଜ ଜିଦରେ ଅଟଳ ଇସ୍କନ। ଭାରତ ବାହାରେ ମନଇଚ୍ଛା ଓ ଅ-ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପକ୍ଷରୁ ଅନୁରୋଧକୁ ଇସ୍କନ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଛି।କେବଳ ପ୍ରତ୍ୟାଖ୍ୟାନ ନୁହେଁ, ବରଂ ଏ ନେଇ ଆଉ ଆଲୋଚନା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି GBC ଅଧ୍ୟକ୍ଷ। ଏହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ଇସ୍କନର ଏହି ଆଭିମୁଖ୍ୟକୁ ଚାରିଆଡ଼ୁ ତୀବ୍ର ବିରୋଧ କରାଯାଉଛି ।
Also Read : ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଆହତ