ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ସୁରକ୍ଷାରେ ନିୟୋଜିତ ୪ ଜେଟିପିଙ୍କୁ ପଚରାଉଚରା

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ତନାଘନା । ସୁରକ୍ଷାରେ ନିୟୋଜିତ ୪ ଜେଟିପିଙ୍କୁ ପଚରାଉଚରା କରାଯାଉଛି। ପହୁଡ ପର୍ଯ୍ୟନ୍ତ ଥିବା ସେବାୟତ ଓ ସୁଆରଙ୍କୁ ମଧ୍ୟ ଫଟୋ ଦେଖାଇ ଅନୁସନ୍ଧାନ କରାଯାଉଛି। ଏହା ଭିତରେ ୨ ଦିନ ବିତିଗଲାଣି। କିନ୍ତୁ କିଏ ଚୁଲି ଭାଙ୍ଗିଲା ଏଯାଏ ସ୍ପଷ୍ଟ ହୋଇନି। କେବଳ ସିସିଟିଭି ଆଧାରରେ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।

ତେବେ ସେ ଉଦ୍ଦେଶ୍ୟମୂଳକ ଭାବରେ କରିଛନ୍ତି ନା ଆଉ କିଛି କାରଣ ରହିଛି ଅନୁଧ୍ୟାନ ଚାଳିଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନୀଲ ବଂଶଲ ପୁରୀ ଆସି ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ଅନୁଧ୍ୟାନ କରିଥିଲେ । ଘଟଣା ସମ୍ପର୍କରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିଲେ । ରୋଷଘରର ୪୩ଟି ଚୁଲି ଭଙ୍ଗାଯାଇଥିବା ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.