ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ସତ୍ୟପାଠ ଦାଖଲ !

ଶ୍ରୀମନ୍ଦିର ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି , ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ସବୁ ପକ୍ଷଙ୍କ ସହ ହେବେ କଥା

shree mandiraପୁରୀ : ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ସତ୍ୟପାଠ ଦାଖଲ କରିଛି ଏଏସଆଇ । ରଥଯାତ୍ରା ସମୟରେ ମରାମତି ସମ୍ପୂର୍ଣ୍ଣ ହେବା ନେଇ ସତ୍ୟପାଠରେ କୁହାଯାଇଛି । ସେହି ସମୟରେ ଦୈନିକ ୧୨ଘଣ୍ଟା କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିପାଇଁ ମନ୍ଦିର ପ୍ରଶାସନ ସବୁ ସହାୟତା ଯୋଗାଇଦେବେ । ମାଉସୀମା’ ମନ୍ଦିରର ସ୍ଥିତି ସମୀକ୍ଷା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଏସଆଇ ଓ ରାଜ୍ୟ ସରକାର ଏହାର ସମୀକ୍ଷା କରି ରିପୋର୍ଟ ଦେବେ । ୩୦ଜୁଲାଇରେ କାମର ଅଗ୍ରଗତି ନେଇ ଏଏସଆଇ ପୁଣି ଥରେ ସତ୍ୟପାଠ ଦାଖଲ କରିବ ।ଶ୍ରୀଜିଉ ଗୁଣ୍ଡିଚା ଘରକୁ ଯିବା ପରେ ଆସନ୍ତା ୧୬ରୁ ୨୩ ତାରିଖ ମଧ୍ୟରେ ଶ୍ରୀମନ୍ଦିରର ଗର୍ଭଗୃହ ଓ ଜଗମୋହନ ସଂପୂର୍ଣ୍ଣ ଯାଞ୍ଚ କରାଯିବ ।

ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ସବୁ ପକ୍ଷଙ୍କ ସହ କଥା ହେବେ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ ଦେବେ । ଆଜି ଶ୍ରୀମନ୍ଦିର ସଂପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଓଡ଼ିଶା ସରକାରଙ୍କ ସତ୍ୟପାଠକୁ କୋର୍ଟ ଗ୍ରହଣ କରିଛନ୍ତି । ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ସତ୍ୟପାଠ ଦାଖଲ କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ନିର୍ବିଘ୍ନରେ ଦର୍ଶନ କରିପାରିବେ ବୋଲି ଏଥିରେ ଦର୍ଶାଯାଇଛି । ଶ୍ରୀମନ୍ଦିର ସେବାୟତ ଦାନ-ଦକ୍ଷିଣା ନେବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦାନ ଗ୍ରହଣ ପାଇଁ ମନ୍ଦିର ପ୍ରଶାସନ ରସିଦ ବ୍ୟବସ୍ଥା କରିଥିବା କୁହାଯାଇଛି ।

ସେହିପରି ଆଇନଶୃଙ୍ଖଳା ଓ ଦୁର୍ବ୍ୟବହାରକୁ ରୋକିବା ପାଇଁ ୮୮ଟି ସିସିଟିଭି କ୍ୟାମେରା ଲଗାଯାଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ଅନ୍ୟପଟେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ପୂର୍ବରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହି କମିଟି ବୈଷ୍ଣୋ ଦେବୀ, ସୋମନାଥ ମନ୍ଦିର, ସ୍ୱର୍ଣ୍ଣ ମନ୍ଦିର ଆଦି ବିଭିନ୍ନ ମନ୍ଦିର ପରିଦର୍ଶନ କରି ପରିଚାଳନା ବ୍ୟବସ୍ଥା ଦେଖିବେ ।  ଏବେ ରଥଯାତ୍ରା ସମୟ ହୋଇଥିବାରୁ କମିଟିର ଭ୍ରମଣ ସମ୍ଭବ ହୋଇନି । ତେବେ ରଥଯାତ୍ରା ପରେ ଭ୍ରମଣ କରି  କମିଟି ରିପୋର୍ଟ ଦେବ ବୋଲି ପ୍ରସ୍ତାବକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ପୁରୀ ଜିଲ୍ଲା ଜଜଙ୍କ ରିପୋର୍ଟକୁ ୱେବସାଇଟରେ ଛାଡ଼ିବାକୁ କୋର୍ଟ କହିଛନ୍ତି । ଏହା ୨ ସପ୍ତାହ ପର୍ଯ୍ୟନ୍ତ ୱେସାଇଟରେ ଉପଲବ୍ଧ ହେବ । ଆସନ୍ତା ସେପ୍ଟେମ୍ବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.