ହ୍ୟୁମାନ ବିବାଦ ମାମଲା, ଶ୍ରୀୟା ଆଜି ଆସିବେ ମହିଳା ଥାନାକୁ

କଟକ(କେନ୍ୟୁଜ) : ଆଜି ଶ୍ରୀୟା ଆସିବେ ମହିଳା ଥାନାକୁ । ପ୍ରଥମେ ୧୮ ତାରିଖରେ ଉଭୟ କଟକ ମହିଳା ଥାନାକୁ ଆସିଥିଲେ। ହ୍ୟୁମାନ ଓ ତାଙ୍କ ମା ସେହିଦିନ କମ୍ପରମାଇଜ ପାଇଁ ଚାହିଁଥିଲେ।କିନ୍ତୁ ଶ୍ରୀୟା ୨ ଦିନ ସମୟ ନେଇଥିଲେ। ୨୧ ତାରିଖ କୁ ଉଭୟ ଙ୍କୁ ଆସିବା ଥିଲା।

ହେଲେ ଶ୍ରୀୟା ଙ୍କ ମା ଓ ବାପା ଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଶ୍ରୀୟା ୨୧ ତାରିଖ ଦିନ ଆସିପାରିବେନାହିଁ ବୋଲି ମହିଳା ଥାନାର iic ଙ୍କୁ ଜଣାଇଥିଲେ। ୩୦ ତାରିଖ ଆସିବେ ମହିଳା ଥାନାକୁ କହିଥିଲେ ଶ୍ରୀୟା। ପରେ ମହିଳା ଥାନା ପୋଲିସ ପକ୍ଷରୁ ୩୦ ତାରିଖରେ ହ୍ୟୁମାନ କୁ ଆସିବା ପାଇଁ କୁହାଯାଇଥିଲା।ଶ୍ରୀୟା ୩୦ ତାରିଖ ଅର୍ଥାତ ଆଜି ଆସିବେ ମହିଳା ଥାନାକୁ। ଆଜି କଟକ ମହିଳା ଥାନାକୁ ଆସିବେ ଉଭୟ.ଉଭୟ ଙ୍କୁ କାଉଁସିଲିଂ କରାଯିବ।