ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଗିରଫ, ବାବୁଙ୍କର ୧୧ଟି ଦାମୀ ପ୍ଲଟ୍ ଠାବ

ଭୁବନେଶ୍ୱର : ବନ୍ଧା ହେଲେ କୋଟିପତି ବାବୁ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି ଗିରଫ । ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, କଟକ ସମେତ ଏକକାଳୀନ ୯ଟି ସ୍ଥାନରେ ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ପୁଳାପୁଳା ଟଙ୍କା ସହ ପ୍ଲଟ, ଫ୍ଲାଟ୍ ଆଉ ବହୁ ପରିମାଣର ସୁନା ଜବତ ହୋଇଥିଲା। ପ୍ରଦୀପ ମହାନ୍ତିଙ୍କର ତିନୋଟି ବହୁ ତଳ କୋଠା, ତିନୋଟି ଫ୍ଲାଟ ଠାବ ହୋଇଛି ।
ଭୁବନେଶ୍ୱର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ରେ ରହିଛି ୧୧ଟି ପ୍ଲଟ । ସେ ଭୁବନେଶ୍ବରରେ ଏକ ଫୋର ବିଏଚକେ ଫ୍ଲାଟ କିଣିବା ପାଇଁ ସେ ୧ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ। ପୁରୀରେ ରହିଛି ତାଙ୍କର ଦୁଇଟି ବେନାମୀ ଫ୍ଲାଟ । ରଣପୁରରେ ୧୪ ଏକରର ଏକ ଫାର୍ମ ହାଉସ । ୩୦୦ ଗ୍ରାମର ସୁନା ବିସ୍କୁଟ ସହିତ ଦୁଇ କିଲୋ ଏକ ଶହ ଗ୍ରାମ ସୁନା ଓ ନଗଦ ୧୭ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଛି । ଏହା ସହ ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କର ୧୭ ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ୍, ଦୁଇଟି ବେନାମୀ କାର୍ ଠାବ ହୋଇଥିଲା ।
ଆହୁରି ପଢ଼ନ୍ତୁ : ଆଉ ଯିବାକୁ ପଡ଼ିବନି ତହସିଲ ଅଫିସ: ଘରେ ବସି ପାଇପରିବେ କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ୍