ରବୀନ୍ଦ୍ର ମଣ୍ଡପରେ ମନ ମୋହିଲା ଚତୁର୍ଥ ସ୍ତବକ ନୃତ୍ୟ ମହୋତ୍ସବ
ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଛି ଚତୁର୍ଥ ସ୍ତବକ ନୃତ୍ୟ ମହୋତ୍ସବ । ଚିନ୍ମୟ କ୍ଲାସିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଦଶଜଣ ନବାଗତ ନୃତ୍ୟଶିଳ୍ପୀ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ । ସନ୍ଧ୍ୟା ଅଧିବେଶନରେ ଡି. ରେଶମି ଜଗନ୍ନାଥ ଅଷ୍ଟକମ୍ ଓ ଅଷ୍ଟପଦୀ, ଚିନ୍ମୟୀ କର ସବେରୀ ପଲ୍ଲବୀ ଓ ଆଶା କୁମାରୀ ଗୀତଗୋବିନ୍ଦର ମଧ୍ୟାବେ ମା କୁରୁ ପରିବେଷଣ କରିଥିଲେ । ସେହିପରି ଆଶସ୍ବାସନା ଏବଂ ଋଗଧାତ୍ରୀ ମିଶ୍ରଙ୍କ ଯୁଗଳବନ୍ଦୀରେ ରାଗଶ୍ରୀ ପଲ୍ଲବୀ ପରିବେଷିତ ହୋଇଥିଲା । ଶେଷରେ ଚିନ୍ମୟ କ୍ଲାସିକର କଳାକାରମାନେ ସମ୍ବଲପୁରୀ ନୃତ୍ୟରେ ଦର୍ଶକଙ୍କ ମନମୋହିଥିଲେ ।
ଏହି ଉତ୍ସବରେ ପୂର୍ଣ୍ଣଚନ୍ଦ୍ର ସେଠୀ, ଜଗନ୍ନାଥ ପ୍ରଧାନ, ଶଶିପ୍ରଭା ରଥ, ଗୁରୁ ନିରଞ୍ଜନ ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସ୍ନେହପ୍ରଭା ସାମନ୍ତରାୟ, ଗୁରୁ ଧନେଶ୍ବର ସ୍ବାଇଁ, ଗୁରୁ ସିକତା ଦାସଙ୍କୁ ‘ସ୍ତବକଳା ସମ୍ମାନ’ ପ୍ରଦାନ କରାଯାଇଥିଲା । ଶ୍ରୀନିବାସ ଘଟୁଆରୀ, ବିଶ୍ବଜିତ ବଳିଆରସିଂହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପ୍ରତିଷ୍ଠାତା ଗୁରୁ ପ୍ରଭାତୀ କର, ଗୁରୁ ବିଜୟ କୁମାର ଦାଶ ଓ ସୁଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ ।