ରାଜଧାନୀରେ ତ୍ରିକୋଣୀୟ ପ୍ରେମ ପାଇଁ ଛୁରା ମାଡ଼,ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର

ଭୁବନେଶ୍ୱର(କେନ୍ୟୁଜ) : ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ ନେଇ ଘଟିଛି ଛୁରାମାଡ଼ । ଏହି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ । ଗୋଟିଏ ଝିଅକୁ ଭଲ ପାଇବାକୁ ନେଇ ହୋଇଛି ଛୁରାମାଡ଼। ଦୁଇ ଇଂଜିନିୟରିଂ ଛାତ୍ର ଗୋଟିଏ ଝିଅକୁ ଭଲ ପାଉଥିଲେ । ଭଲ ପାଇବାକୁ ନେଇ ହୋଇଥିଲା କଳହର ସୂତ୍ରପାତ । ଫଳରେ ଜଣେ ଛାତ୍ରର ଛୁରା ମାଡ଼ରେ ଅନ୍ୟ ଜଣେ ଛାତ୍ର ଆହତ ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି ।

ପୋଲିସ ସୂଚନା ଅନୁସାରେ ପ୍ରିୟ ରଞ୍ଜନ ଓ ଗୌରୀ ଶଙ୍କର ଲେଙ୍କା ଦୁହେଁ ଭିନ୍ନ ଭିନ୍ନ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର । ଗୌରୀ ଶଙ୍କର ନିଜ କଲେଜରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଭଲ ପାଉଥିଲେ । ପରେ ଅନ୍ୟ ଇଂଜିନିୟରିଂ କଲେଜର ଛାତ୍ର ପ୍ରିୟ ରଂଜନ ଗୌରୀ ଶଙ୍କର ଭଲ ପାଉଥିବା ଝିଅକୁ ଭଲ ପାଇ ବସିଲେ ।

ଏହି କଥା ଗୌରୀ ଶଙ୍କର ଜାଣିବା ପରେ ନିଜ ପ୍ରେମିକା ଛାତ୍ରୀର ମୋବାଇଲକୁ ଫିଙ୍ଗି ଭାଙ୍ଗି ଦେଇଥିଲେ । ଏକଥା ପ୍ରିୟ ରଂଜନ ଜାଣିବା ପରେ ଉକ୍ତ ଝିଅଙ୍କ ମୋବାଇଲ ସଜାଡି ଆଣିଥିଲେ । ପରେ ପ୍ରିୟ ରଂଜନ ମୋବାଇଲ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଗୌରୀ ଶଙ୍କରଙ୍କୁ ମାଗିଥିଲେ । ଗୌରୀ ଶଙ୍କର ଟଙ୍କା ଦେବେ ବୋଲି କହି ତାଙ୍କୁ ଡାକିଥିଲେ ।

ହେଲେ ପ୍ରିୟ ରଂଜନ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ହାତା ହାତି ଓ ପରେ ଛୁରା ମାଡ଼ ହୋଇଥିଲା । ଗୌରୀ ଶଙ୍କରଙ୍କ ଛୁରାମାଡ଼ରେ ପ୍ରିୟ ରଂଜନ ଗୁରୁତର ଆହତ ହୋଇଥିଲେ । ଗୌରୀ ଶଙ୍କରଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ସେ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଚନ୍ଦ୍ରଶେଖର ଥାନା ପୋଲିସ ଗୌରୀ ଶଙ୍କରଙ୍କୁ ଥାନାରେ ଅଟକ ରଖିବା ସହ ଘଟଣାସ୍ଥଳରୁ ଏକ ଛୁରୀ, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଜବତ କରିଛି । ଭୁବନେଶ୍ୱର ରୁ ରାଜାଙ୍କ ରିପୋର୍ଟ , କେନିୟୁଜ୍ ଓଡ଼ିଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.