ବ୍ରହ୍ମପୁରରେ ଛୁରାମାଡ଼: ଯୁବକ ମୃତ,ଆକ୍ରମଣକାରୀ ବାପା ଓ ପୁଅ ଥାନାରେ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରରେ ଛୁରାମାଡ଼ରେ ଯୁବକ ମୃତ । ଆକ୍ରମଣକାରୀ ବାପା ଓ ପୁଅ ଥାନାରେ ଅଟକ ।  ବଡ଼ ବଜାର ଥାନା ଜେନା ସାହିରେ ଚାଲିଥିବା ଦଣ୍ଡ ଯାତ୍ରାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।  ମୃତ ଯୁବକ ହେଲେ ବେଲଗାଁର ଜଗଦୀଶ ପାଣିଗ୍ରାହୀ ।  ଜଗଦୀଶ ପୂର୍ବରୁ ଦଣ୍ଡ ଯାତ୍ରାରେ କାମ କରୁଥିବା ବେଳେ ଗତକାଲି ଭୋଗ ଖାଇବାକୁ ନେଇ ଯାତ୍ରା ଅଧିକାରୀ ଓ ତାଙ୍କ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା ।

ପରେ ଦଣ୍ଡଯାତ୍ରା ଅଧିକାରୀ ତଥା ମୁଖିଆ ତ୍ରିନାଥ ପାଣିଗ୍ରାହୀ ଓ ତାଙ୍କ ପୁଅ ପ୍ରଦୀପ ପାଣିଗ୍ରାହୀ ଜଗଦୀଶଙ୍କୁ ଛୁରାରେ ଆକ୍ରମଣ କରିଥିଲେ।  ଜଗଦୀଶଙ୍କ ପ୍ରବଳ ରକ୍ତସ୍ରାବ ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ହୋଇଥିଲା ।  ଆକ୍ରମଣକାରୀ ବାପା ଓ ପୁଅକୁ ବଡ଼ ବଜାର ଥାନା ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି ।

Also read: ବିବାହ ଶୋଭାଯାତ୍ରା ବେଳେ ଗଣ୍ଡଗୋଳରୁ ଛୁରାମାଡ଼, ୩ ଆହତ