ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା: ଝିଅ ମୃତ, ହସ୍ପିଟାଲ ବେଡ଼ରେ ସଂଗ୍ରାମ କରୁଛି ମା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମା ଝିଅଙ୍କୁ ଆକ୍ରମଣ ଘଟଣା । ଆଖି ବୁଜିଲେ ଝିଅ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମାଆ । ଗତ କାଲି ବୁର୍ଲାର ଏକ ବେସରକାରୀ ଡାକ୍ତରଖାନାରେ ପାୟଲଙ୍କର ମୃତ୍ୟୁ ହୋଇଛି । ମା ଇନ୍ଦୁ ଦାସ ବୁର୍ଲା ଡ଼ାକ୍ତରଖାନାରେ ଅଛନ୍ତି ।

ଗତ ୧୪ ତାରିଖରେ ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ କରଥିଲେ ପଡୋଶୀ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିଲେ । ଜମିବାଡିକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିଲା ।  କିଛିଦିନ ପୂର୍ବରୁ ଇନ୍ଦୁ ଦାସଙ୍କ ପରିବାର ଗୋପାଲମାଲ ଅଞ୍ଚଳରେ ଜମି କିଣି ଘର ତିଆରି କରିଥିଲେ । ସେବେଠାରୁ ତାଙ୍କ ପଡୋଶୀଙ୍କ ସହ ଝଗଡା ଲାଗି ରହିଥିଲା । ତେବେ ପହିଲି ରଜରେ ଉଭୟଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ ସୁରଜ । ଘଟଣା ଘଟିବା ପର ଠାରୁ ସୁରଜ ଫେରାର ହୋଇଯାଇଛି । ଅଇଁଠାପାଲି ପୋଲିସ ଘଟଣାର ତଦନ୍ତ କରିବା ସହ ସୁରଜକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Leave A Reply

Your email address will not be published.