ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କଲେ ଏବେ ନିଲମ୍ବିତ ହେଲେ କୋଟିପତି ଆଏଫଏସ ଅଭୟକାନ୍ତ ପାଠକ

କେନ୍ୟୁଜ୍(ବ୍ୟୁରୋ):  ଚାକିରିରୁ ନିଲମ୍ବନ ହେଲେ କୋଟିପତି ଆଏଫଏସ ଅଭୟକାନ୍ତ ପାଠକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଅଭୟ। ଗିରଫ ହୋଇ ସେ ଜେଲରେ ଅଛନ୍ତି ।  ତାଙ୍କୁ ଆଜି ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର।

ସେପଟେ ଜେଲ ଯାଇଛନ୍ତି କୋଟିପତି ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ । ଦୁହିଁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ହାଇପ୍ରୋଫାଇଲ୍‌ ଲାଇଫ ଷ୍ଟାଇଲ୍‌ ବିତାଉଥିବା ବାପା-ପୁଅ ଯୋଡ଼ି ଏବେ ଝାରପଡ଼ାରେ ଜେଲ୍‌ ହାଓ୍ଵା ଖାଇବେ । ଡିସେମ୍ବର ୯ ତାରିଖ ଯାଏ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି । ଖୋଳତାଡ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଅଭୟଙ୍କ ଅମାପ ସମ୍ପତ୍ତିର ତାଲିକା । ତାଙ୍କର ୯ କୋଟି ୩୫ ଲକ୍ଷ ୪୨ ହଜାର ଟଙ୍କାରୁ ଅଧିକ ଆୟ ବହର୍ଭୁତ ସମ୍ପତ୍ତି ଠାବ ହୋଇଛି । ଆୟଠାରୁ ୪୩୫ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍‌ । ଓଡ଼ିଶା ସମେତ ରାଜ୍ୟ ବାହାରର ୧୨ଟି ସ୍ଥାନରେ ରେଡ୍‌ ହୋଇଥିଲା । ବେନାମୀ ଟ୍ରାଞ୍ଜାକସନ୍‌ ଓ ସମ୍ପତ୍ତିର ଖୋଳତାଡ ଜାରି ରହିବ । ଟ୍ରାଭେଲ ଏଜେନ୍ସୀ ତଦନ୍ତ ପରିସରରେ ସାମିଲ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ତଦନ୍ତ ପାଇଁ ଏକ ୨୦ ଜଣିଆ ଏସଆଇଟି ଗଠନ କରାଯାଇଛି ।

You might also like