ଭୁବନେଶ୍ବର(କେନ୍ୟୁଜ୍) : ତିନି ଦିନ ବିରତି ପରେ ପୁଣି ଆରମ୍ଭ ହେଲା ବିଧାନସଭାର ଶୀତ ଅଧିବେଶନ । ଆଜି ସ୍ୱାଭାବିକ ଭାବେ ଚାଲିଛି ପ୍ରଶ୍ନକାଳ । ପର୍ଯ୍ଯଟନ ବିଭାଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଉଛି । ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି । ଢେଙ୍କାନାଳ ବଳରାମପୁରରେ ଗଛକଟା ପ୍ରସଙ୍ଗରେ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଛି । ମଦ କମ୍ପାନୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ବଳରାମପୁରରେ ପ୍ରଶାସନ ସହଯୋଗରେ ବ୍ୟାପକ ଗଛକଟା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ । ବାଚସ୍ପତି ଏହି ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଥିବା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହାର ଉତ୍ତର ରଖିବେ ।