କୋରାପୁଟ(କେନ୍ଯୁଜ୍) : ଆରମ୍ଭ ହେଲା ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ। କୋରାପୁଟ ଗ୍ରାମଦେବୀ ମାଆ ମୁତିଆଲୁଙ୍କ ନିକଟରେ ପୂଜାର୍ଚ୍ଚନା ପରେ ମହୋତ୍ସବର ଶୁଭାରମ୍ଭ ହୋଇଛି।
ମହୋତ୍ସବ ୧୮ ତାରିଖ ପର୍ୟ୍ୟନ୍ତ ଚାଲିବ। ୨୦ ତାରିଖ ପର୍ଯ୍ଯନ୍ତ ପଲିଶ୍ରୀ ମେଳା ରହିବ। ଜିଲ୍ଲାର ହସ୍ତ କଳା, ଲୋକ ସଙ୍ଗୀତ ସହ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ଭାଗନେବେ। ଏହାସହ ରାଜ୍ୟ ରାଜ୍ୟ ବାହାରର ଖାଦ୍ୟ ଷ୍ଟଲ ଖୋଲାଯିବ। ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।