ଅମିତ ଶାହାଙ୍କ ଗୁରୁମନ୍ତ୍ର ପରେ ଏବେ ଚଳଚଞ୍ଚଳ ରାଜ୍ୟ ବିଜେପି କ୍ୟାମ୍ପ

Amit Shahଶାହାଙ୍କ ଟାର୍ଗେଟକୁ ପୂରଣ କରିବା ପାଇଁ ଲାଗିପଡ଼ିଛନ୍ତି ଦଳୀୟ ନେତା। ଆଜି ଏନେଇ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ଓ ପ୍ରଭାରୀଙ୍କର ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରାଯାଇଛି ।

ଏଥିରେ ରାଜ୍ୟ ବିଜେପି ସଭାପତି ଓ ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଆଲୋଚନା। ସଂଗଠନକୁ କିପରି ମଜଭୁତ କରାଯିବ, ତା’ ଉପରେ ବିସ୍ତାର ଆଲୋଚନା କରାଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଥିବା ଟାସ୍କ କିପରି ପୂରଣ କରାଯିବ, ସେନେଇ ଆଲୋଚନା ହୋଇଥିଲା । ତୃଣମୂଳ ସ୍ତରର ସଂଗଠନ ଉପରେ ବିଶେଷ ଫୋକସ୍ କରିବ ଦଳ। ଏଥିପାଇଁ ଆଗାମୀ ଦିନରେ ବୁଥ୍ ସ୍ତରରେ ସମସ୍ୟାକୁ ନେଇ ଜନ ଆନ୍ଦୋଳନ କରିବାକୁ ବୈଠକରେ ସ୍ଥିର ହୋଇଛି ।

ଆଗକୁ ଆସୁଛି ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହାପୂର୍ବରୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ଲଗାଯାଇଛି ବଡ଼ବଡ଼ ହୋଡିଂ। ରଥଯାତ୍ରା ଅବସରରେ ଦଳ ପକ୍ଷରୁ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଯାଇଛି। ଏହା ମାଧ୍ୟମରେ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଛୁଇଁବାକୁ ବିଜେପି ପ୍ରୟାସ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗତ ୧ ତାରିଖରେ ଭୁବନେଶ୍ୱର ଆସି ଦଳର ନେତା ଓ ବିଭିନ୍ନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.