ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜ୍ୟ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ, ପ୍ରାୟ ୭୫ ଲକ୍ଷ ସଦସ୍ୟ ଯୋଡ଼ି ହୋଇଛନ୍ତି

ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜ୍ୟ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ । ଖୁବ୍ ଶୀଘ୍ର ହେବ ଜିଲ୍ଲା ଓ ମଣ୍ଡଳ କର୍ମକର୍ତ୍ତା ନିର୍ବାଚନ। ଏହା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏଯାଏ ପ୍ରାୟ ୭୫ ଲକ୍ଷ ସଦସ୍ୟ ଯୋଡ଼ି ହୋଇଛନ୍ତି । ସକ୍ରିୟ ସଦସ୍ୟ ପାଇଁ ଯେଉଁ ଲକ୍ଷ୍ୟ ଥିଲା ତାହା ପୂରଣ ହେବାକୁ ଯାଉଛି । ୩୦ ତାରିଖରେ ଦିଲ୍ଲୀରେ ହେବାକୁ ଥିବା କର୍ମାଶାଳାରେ ଦଳର ପରବର୍ତ୍ତୀ ଯୋଜନା ସମ୍ପର୍କରେ ଆଲୋଚନା କରାଯିବ ବୋଲି ମନମୋହନ କହିଛନ୍ତି ।