ରାଜ୍ୟ

ଆଜି ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍, ନବୀନ ସରକାଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର (କେନ୍ୟୁଜ): ଆଜି ରାଜ୍ୟ ବଜେଟ୍‌ । ବିଧାନସଭାରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିବେ । ଏଥିରେ ବ୍ୟୟବରାଦ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିପାରେ । ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକାର ଥିଲା ୨ ଲକ୍ଷ କୋଟି ଟଙ୍କା । ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଏହା ନବୀନ ସରକାଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ତେଣୁ ଅନେକ ନୂଆ ଯୋଜନା ଆସିପାରେ ।

ନିଜସ୍ୱ କୃଷି ବୀମା, ଖାଦ୍ୟ ସୁରକ୍ଷା, ଗୃହ ଯୋଗାଣ କ୍ଷେତ୍ରରେ କିଛି ନୂଆ ଘୋଷଣା ହୋଇପାରେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଭଳି ଯୋଜନାରେ ସଫଳ ମିଳୁଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବ୍ୟୟ ବରାଦ ଦେଖିବାକୁ ମିଳିପାରେ । ସ୍ୱାସ୍ଥ୍ୟ ସହ ଶିକ୍ଷା, କୃଷି, ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରକୁ ମିଳିପାରେ ଗୁରୁତ୍ୱ । ଚଳିତ ବଜେଟରେ ବ୍ୟୟ ଅଟ୍ଟକଳ ପାଖାପାଖି ୧୫ ପ୍ରତିଶତ ବୃଦ୍ଧି ସମ୍ଭାବନା ରହିଛି । ଗତକାଲି ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ୮ରୁ ୮.୫ ପ୍ରତିଶତ ମଧ୍ୟରେ ରହିବ । କୋଭିଡ୍‌ ପୂର୍ବ ସମୟରେ ଥିବା ଅଭିବୃଦ୍ଧିଠାରୁ ଅଧିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ରହିବ । ରାଜ୍ୟର ଅଭିବୃଦ୍ଧି ସହ ବଢୁଛି ମୁଣ୍ଡ ପିଛା ଆୟ ।

Barsha

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

22 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

31 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago