ଆଜି ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ସକାଳ ୧୦ଟାରେ କ୍ୟାବିନେଟ୍ ବୈଠକ ବସିବ । ସାଢ଼େ ୧୧ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି । କ୍ୟାବିନେଟ୍ ବୈଠକରେ ପ୍ରାୟ ୮ରୁ ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ମନ୍ତ୍ରୀ ପରିଷଦ ବୈଠକରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଭିଜନ୍ ନେଇ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ : ୟୁପିଏସ୍ସି ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଆଙ୍କ ସଫଳତା, ୪୮ତମ ସ୍ଥାନରେ ଓଡ଼ିଆ ଝିଅ ରିତିକା ରଥ