ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ, SHG ମହିଳାଙ୍କୁ ମିଳିବ ୟୁନିଫର୍ମ ସହ ୧୦୦୦ ଟଙ୍କା
ବୁଣାକାରଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା ଉପରେ କ୍ୟାବିନେଟ୍ ଅନୁମୋଦନ ମିଳିଛି । ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ।
ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୧୨ ପ୍ରସ୍ତାବ ଉପରେ ମୋହର ବାଜିଛି । ବୁଣାକାରଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା ଉପରେ କ୍ୟାବିନେଟ୍ ଅନୁମୋଦନ ମିଳିଛି । ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ।
ସେହିପରି SHG ମହିଳାଙ୍କୁ ମିଳିବ ୟୁନିଫର୍ମ ସହାୟତା । ହଜାର ଟଙ୍କା ଲେଖାଏଁ ପାଇବେ ୭୦ଲକ୍ଷ ମହିଳା। ଏକଜିକ୍ୟୁଟିଭ୍ ମେମ୍ବରଙ୍କୁ ବ୍ଲେଜର ପାଇଁ ଆଉ ୨ହଜାର ଟଙ୍କା ମିଳିବ । ସେହିପରି ନୂଆ-ଓ ସ୍କଲାରସିପକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଛାତ୍ରୀମାନଙ୍କୁ ୧୦ହଜାର ଓ ଛାତ୍ରଙ୍କୁ ୯ହଜାର ଟଙ୍କା ମିଳିବ ।