ବିକଶିତ ଗାଁ ବିକଶିତ ଓଡିଶା ନାଁରେ ନୂଆ ଯୋଜନାକୁ କ୍ୟାବିନେଟ୍ ମୋହର, ୫ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ

ଭୁବନେଶ୍ୱର : ବିକଶିତ ଗାଁ ବିକଶିତ ଓଡିଶା ନାଁରେ ନୂଆ ଯୋଜନାକୁ କ୍ୟାବିନେଟ୍ ମୋହର ଲାଗିଛି । ଏହି ଯୋଜନା ମାଧ୍ୟମରେ ଗାଁରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ହଜାରେ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରତିବର୍ଷ ଏହି ଯୋଜନା ପାଇଁ ହଜାରେ କୋଟି ଟଙ୍କାର ବ୍ୟୟବରାଦ ଦେବ ।
ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଗାଁର ବିକାଶ ସମ୍ପର୍କରେ ପଲ୍ଲୀସଭାରେ ନିଷ୍ପତି ହେବ । ପରେ ତାହା ଜିଲ୍ଲାପାଳଙ୍କ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ ହେବ । ୫ ବର୍ଷ ଭିତରେ ଗାଁ ବିକାଶ ପାଇଁ ୫ ହଜାର କୋଟି ଟଙ୍କା ଖର୍ଚ କରିବେ ରାଜ୍ୟ ସରକାର। ସେହିପରି ଓଡିଶାରେ ପ୍ରଥମକରି ସେମିକଣ୍ଡକ୍ଟର ଉତ୍ପାଦନ ହେବ । ସାରା ଭାରତରେ ଓଡିଶା ପ୍ରଥମ ହେବ । ଏଥିପାଇଁ ସମ୍ପୃକ୍ତ ଆରଆଇଆର ପାୱାର ଇଲେକ୍ଟ୍ରୋନିକ କଂପାନୀକୁ ୫୦ପ୍ରତିଶତ ଇନସେନଟିଭ ପ୍ରଦାନ କରାଯିବ ବୋଲି ଆଜି କ୍ୟାବିନେଟ୍ ରେ ନିଷ୍ପତି ହୋଇଛି।
ସେହିପରି ରାଜ୍ୟରେ ସେମିକଣ୍ଡକ୍ ଟର କଂପାନୀଙ୍କୁ ଆକୃଷ୍ଟ କରିବାକୁ ସ୍ବତନ୍ତ୍ର ପ୍ରୋତ୍ସାହନ ଦେବାକୁ ଆଜି କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି। ଏହାଦ୍ବାରା ୭୫୦ ଜଣଙ୍କର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଫେବୃଆରୀ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଷୋଡ଼ଶ ଅର୍ଥ କମିସନ ଓଡ଼ିଶା ଆସୁଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରସ୍ତାବ ସଂପର୍କିତ ଦାବିପତ୍ର ପ୍ରଦାନ କରାଯିବ।
ଷୋଡ଼ଶ ଅର୍ଥ କମିଶନଙ୍କ ପାଖରେ ୧୨ଲକ୍ଷ ୫୬ ହଜାର୧୪୮ କୋଟି ଟଙ୍କା ଦାବି ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଏହି ଅର୍ଥକୁ ୨୦୨୬ରୁ ୨୦୩୧ ମଧ୍ୟରେ ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର କ୍ୟାବିନେଟ୍ ବୈଠକରେ ସମୁଦାୟ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
Also read:ଜନଜାତିଙ୍କ ଜମି ହସ୍ତାନ୍ତର ସଂପର୍କିତ ନିଷ୍ପତ୍ତିକୁ କ୍ୟାବିନେଟ୍ ରେ ନାମଞ୍ଜୁର, ଆଦିବାସୀଙ୍କ ସଂପତ୍ତି ହୋଇପାରିବନି…