ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ପ୍ରାୟ ୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବା ସମ୍ଭାବନା

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ । ସଂଧ୍ୟା ସାଢେ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିବ । ଏଥିରେ ପ୍ରାୟ ୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ଏମ୍‌ଏସ୍‌ଏମ୍‌ଇ, ଏସ୍‌ଏସ୍‌ପିଡି, ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ ଓ ସାଧାରଣ ପ୍ରଶାସନ ବିଭାଗ ପରି ବିଭିନ୍ନ ବିଭାଗର କ୍ୟାଡର ରୁଲ ସଂଶୋଧନ ରହିଛି । ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସେଣ୍ଟର ଅଫ୍‌ ଏକ୍ସଲେନ୍ସି କରାଯିବା ପାଇଁ ପ୍ରସ୍ତାବ ରହିଛି । ସେହିପରି ବିପିୟୁଟି କ୍ୟାଡର ରୁଲ୍‌ ସଂଶୋଧନ ମଧ୍ୟ ରହିଛି । ଅଡିଟର-ସର୍ଭିସ୍‌ ରୁଲର ସଂଶୋଧନ ଅଣାଯିବ ବୋଲି ଜଣାପଡ଼ିଛି ।

ଏହି ଅବସରରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ମନ୍ତ୍ରୀ ପରିଷଦର ଅନୁମୋଦନ ନିଆଯିବ । ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍‌ର ଆକାର ୧ ଲକ୍ଷ ୬୧ ହଜାର ୭୦୦ କୋଟିକୁ ବୃଦ୍ଧି କରାଯାଇଥିଲା । କୋଭିଡ୍‌ ମହାମାରୀ ପାଇଁ ବଜେଟ୍‌ର ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ । ଆସନ୍ତା ଆର୍ଥିକ ବର୍ଷ ରାଜ୍ୟ ବଜେଟ୍‌ର ଆକାର ପ୍ରାୟ ୧ ଲକ୍ଷ ୭୫ ହଜାର କୋଟିକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ଆସନ୍ତା ୧୮ରେ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ । ୨୨ ତାରିଖରେ ବଜେଟ ଉପସ୍ଥାପିତ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.