ଏକାମ୍ର କାନନ ପାର୍କରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ୨୦୨୫
ଭୁବନେଶ୍ୱର : ରାଜଧାନୀର ଏକାମ୍ରକାନନ ପାର୍କରେ ଖେଳିଯାଇଛି ଫୁଲର ମହକ । ନାନା ରଙ୍ଗର ଫୁଲରେ ହସୁଛି ପରିବେଶ । ଏକାମ୍ରକାନନ ପାର୍କରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ୨୦୨୫ ଆୟୋଜିତ ହୋଇଛି । ରିଜିଓନାଲ ପ୍ରାଣ୍ଟ ରିସୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନର ମିଳିତ ସହଯୋଗରେ ୫ଦିନ ଧରି ଚାଲିବ ଏହି ପୁଷ୍ପ ପ୍ରଦର୍ଶନୀ ।
ଚଳିତ ବର୍ଷ ପ୍ରଦର୍ଶନୀରେ ଗୋଲାପ, ଡାଲିଆ,ସେବତୀ,ଗେଣ୍ଡୁ,ଜିନିଆ,ଆଷ୍ଟର ଭଳି ଅନେକ କିସମ ଫୁଲର ସମାହାର ଦେଖିବାକୁ ମିଳିଛି । ଏ ବର୍ଷର ନୂତନ ଆକର୍ଷଣ ଥିଲା ଓଡିଶା ରୋଜ ସୋସାଏଟି ଦ୍ବାରା ପ୍ରଦର୍ଶୀତ ହୋଇଥିବା ବିଭିନ୍ନ ରଙ୍ଗ ଓ କିସମର ଗୋଲାପ । ଏବଂ ଓଡ଼ିଶା ବୋନସାଇ ସୋସାଇଟି ମାଧ୍ୟମରେ ପ୍ରଦର୍ଶୀତ ହୋଇଥିବା ବିଭିନ୍ନ ଆକୃତିର ବହୁ ବର୍ଷୀୟ ଆଳଙ୍କରିକ ବୃକ୍ଷ ।