ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରୋଟାରୀର ନୂତନ ବିଲଡ଼ିଂ ଉଦ୍‌ଘାଟନ କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ଅପରାଧି ବିଧି ବିଜ୍ଞାନଗାର ବା ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରୋଟାରୀର ନୂତନ ବିଲଡ଼ିଂ ଉଦ୍‌ଘାଟିତ। ପୋଲିସ ଡିଜି ଅଭୟ ଏହାକୁ ଉଦ୍‌ଘାଟନ କରିଛନ୍ତି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ସହାୟକ ହେବ।

ତଦନ୍ତ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟ କରିବ। ବିଭିନ୍ନ ଟେଷ୍ଟ କରିବା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି। ନୂଆ ବିଲଡ଼ିଂକୁ ସ୍ଥାନାନ୍ତର ହେଲା ୭ଟି ବିଭାଗ। ଲାଏ ଡ଼ିଟେକ୍ସନ୍‌, ଫିଜିକ୍ସ, ସାଇବର ଫରେନ୍ସିକ୍‌ , ବାଲେଷ୍ଟିକ୍‌, ବାୟୋଲୋଜି, ସେରଲୋଜି, କେମିଷ୍ଟ୍ରି ଲ୍ୟାବ୍‌ ସ୍ଥାନାନ୍ତର ହୋଇଛି। ଖୁବ୍‌ଶୀଘ୍ର ଡିଏନ୍‌ଏ ଓ ସାଇବର ଫରେନ୍‌ସିକ୍‌ ଲ୍ୟାବ୍‌ ଗଠନ କରାଯିବ। ଡ଼ିଏନ୍‌ଏ ଓ ସାଇବର ଫରେନସିକ ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା। ଏବେ ଭୁବନେଶ୍ୱରରେ ସବୁ ଟେଷ୍ଟିଂ ହେବ। ଏନେଇ ପୋଲିସ ଡ଼ିଜି ଅଭୟ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.